କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳାରେ ଥିବା ଜାବରା କଳାପଥର ଖାଦାନରେ ଖସିଲା ପଥର ଅତଡା । ବେଆଇନ କ୍ୱାରୀ ଅପରେସନ ବେଳେ ପଥର ଅତଡା ଖସି ୨ଜଣଙ୍କର ମୃତ୍ୟୁ ହୋଇଛି । ଖାଦାନ ମାଲିକ ଶତୃଘ୍ନ ମାଲିକ ଓ ଅନ୍ୟ ଜଣେ ଶ୍ରମିକ ଚନ୍ଦା ଦେହୁରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପଥର ଅତଡା ଖସିବାରୁ ଜଣେ ଗୁରୁତର ଭାବେ ହୋଇଛନ୍ତି । ତେବେ ମୃତ ଦେହ ଉଦ୍ଧାର କରାଯାଇ ନଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯାଜପୁର ଏସଡିପିଓ ଘଟଣାସ୍ଥଳରେ ପହଂଚିଛନ୍ତି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Screen-shot-2017-04-23-at-5.20.34-PM.png)