କନକ ବ୍ୟୁରୋ: ହାତରେ କୋଡି କୋଦାଳ । ଚାଲିଛି ପୋଖରୀ ପୁନରୁଦ୍ଧାର କାମ । ହେଲେ ଏମାନେ କେହି ଦିନ ମଜୁରିଆ ଶ୍ରମିକ ନୁହଁନ୍ତି । କୌଣସି ଦିନ ମଜୁରୀ ଖଟିବାକୁ ଯାଅନ୍ତି ନାହିଁ । ହେଲେ କରୋନା କଟକଣାରେ ସଂଗରୋଧରେ ଥିବା ପ୍ରବାସୀଙ୍କୁ ଏବେ ସଜେଇ ଦେଇଛି ଶ୍ରମିକ । ଏ ଚିତ୍ର ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବର୍ତଣ୍ଡା ପଂଚାୟତ ଅଂଚଳର । ଯାଜପୁର ଅଂଚଳରୁ ବହୁ ଲୋକ ଜୀବିକା ହରାଇ ଭିଟା ମାଟିକୁ ଫେରି ଆସିଥିଲେ । ହେଲେ ପ୍ରଥମେ ରହିବାକୁ ପଡିଥିଲା ସଂଗରୋଧରେ ।
ଏହାପରେ ଘରକୁ ଫେରିବା ପରେ କର୍ମ ସଂସ୍ଥାନ ନେଇ ସନ୍ଦିହାନ ହୋଇପଡିଥିଲୋ ଅଭାବ ଅନଟନ କାରଣରୁ ଅନେକଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇ ଯାଇଥିଲା । ଏପରି ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହ ଯୋଗର ହାତ ବଢାଇଛି ସ୍ଥାନୀୟ ପ୍ରଶାସନ । ମନରେଗା ଯୋଜନାରେ ଆରମ୍ଭ ହୋଇଛି ପୋଖରୀ ପୁନରୁଦ୍ଧାର କାମ । ଏବେ ପ୍ରତ୍ୟକ ଦିନ ସୁକିନ୍ଦାର ବର୍ତଣ୍ଡା ପଂଚାୟତରେ କାମ କରୁଛନ୍ତି ୨୩୦ରୁ ଅଧିକ ପ୍ରବାସୀ ଶ୍ରମିକ । ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସଭିଏଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/Screen-Shot-2020-06-12-at-9.23.49-AM.png)
/kanak/media/post_attachments/wp-content/uploads/2020/06/Screen-Shot-2020-06-12-at-9.24.16-AM.png)