କନକ ବ୍ୟୁରୋ : ଯନ୍ତ୍ରଣାରେ ରୋଗୀ ଛଟପଟ, ଡାକ୍ତରଙ୍କ ଚାଲିଛି ପେଟପୂଜା । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଚିକିତ୍ସା ଦରକାର ବେଳେ ବେଡରେ ଶୋଇ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଗତ ରବିବାରର ଏ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ସମୟରେ ଯାଜପୁର ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରଙ୍କ ମନମାନୀର ଅଭିଯୋଗ ଆସିଥାଏ । ଏବେ ଏହି ଭିଡିଓ ସାମ୍ନାକୁ ଆସିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯନ୍ତ୍ରଣାରେ ରୋଗୀ ଛଟପଟ, ଡାକ୍ତରଙ୍କ ଚାଲିଛି ପେଟପୂଜା : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ
/kanak/media/post_attachments/wp-content/uploads/2023/10/ujmnjum.jpg)