ଆଜିଠାରୁ ଖୋଲିଲା ଯାଜପୁର ବିରଜା ମନ୍ଦିର : ସକାଳ ୬ରୁ ସଂଧ୍ୟା ୫ ଟା ଯାଏଁ ଦର୍ଶନ ସୁବିଧା

154

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜି ଠାରୁ ଖୋଲିଛି  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି ।

ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହିଁ । ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ନୂଆବର୍ଷରେ ଅଧିକ ଭିଡ ହେବାର ଆଶଙ୍କା ଥିବାରୁ  ଜାନୁଆରୀ୧,୨ ଓ ୩ ତାରିଖରେ ମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।