କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ହେବ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ମୋଟ ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ତେବେ ଯାଜପୁର ଜିଲ୍ଲା ଅର୍ଥାତ ବିଜେଡିର ଗଡ ଭାବରେ ପରିଚିତ । ୨୦୧୪ ନିର୍ବାଚନରେ ସାରା ଜିଲ୍ଲାରେ ୭ ରୁ ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ବିଜେଡିର ପ୍ରାର୍ଥୀ ହିଁ ବିଜୟ ହୋଇଥିଲେ । କିନ୍ତୁ ଚଳିତଥର ବିଜେଡି କୋରେଇ ଓ ବରୀ ଆସନରେ ନିଜର ପ୍ରାର୍ଥୀ ବଦଳାଇଛି । କେବଳ ଏହି ୨ ଆସନରେ ନୁହେଁ ବରଂ ଲୋକସଭା ଆସନରେ ମଧ୍ୟ ବିଜେଡି ନିଜ ପ୍ରାର୍ଥୀ ବଦଳାଇଛି । ବିଜେଡିକୁ ଚେକ ଦେବା ପାଇଁ ବିଜେପି ଅମୀୟ କାନ୍ତ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମାନସଙ୍କୁ ପ୍ରାର୍ଥୀ କରିଛି । ତେବେ ବିଜେଡି ଚଳିତ ନିର୍ବାଚନରେ ନିଜ ଗଡ ବଞ୍ଚାଇବାରେ ସଫଳ ହେବା ପାଇଁ ଜୋରସୋରରେ ଉଦ୍ୟମ ଚଳାଇଛି । କିନ୍ତୁ ଜିଲ୍ଲାରେ ପୂର୍ବ ନିର୍ବାଚନରେ ଖାତା ଖୋଲିପାରିନଥିବା ବିଜେପି ମଧ୍ୟ ନିଜର ଉଦ୍ୟମ ଜାରି ରଖିଛି । କଂଗ୍ରେସ ଜିଲ୍ଲାରେ ଖାତା ଖୋଲିବା ପାଇଁ ମଧ୍ୟ ଭରପୁର ଉଦ୍ୟମ କରିଛି । ହେଲେ ଜିଲ୍ଲାର ଭୋଟର କାହାକୁ ନିଜର ନେତା ବାଛିବେ ତାହା ଉପରେ ସମସ୍ତଙ୍କ ରହିଛି ନଜର ।
ଯାଜପୁର ଲୋକସଭା
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୩ ଲକ୍ଷ ୦୩ ହଜାର ୭୩୩
- ମତ ଦେଇଥିଲେ – ୯ ଲକ୍ଷ ୮୧ ହଜାର ୭୮୦
- ଭୋଟଦାନ ହାର – ୭୫.୩୧%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରୀତା ତରାଇ ବିଜେଡି ୫,୪୧,୩୪୯ % ବିଜୟୀ
ଅଶୋକ ଦାସ କଂଗ୍ରେସ ୨,୨୧,୦୭୮ % ପରାସ୍ତ
ଅମୀୟକାନ୍ତ ମଲ୍ଲିକ ବିଜେପି ୧,୫୦,୭୮୯ % ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରୀତା ତରାଇ ନିର୍ବାଚନ ଜିତିଥିଲେ
- ୫ ଲକ୍ଷ ୪୧ ହଜାର ୩୪୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସଙ୍କୁ ପରାସ୍ତ କରିଥିଲେ
- ୩ ଲକ୍ଷ ୨୦ ହଜାର ୨୭୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ସର୍ମିଷ୍ଠା ସେଠୀ
କଂଗ୍ରେସ: ମାନସ ଜେନା
ବିଜେପି: ଅମୀୟ ମଲ୍ଲିକ
୨୦୧୯--ବିଜେଡି: ସର୍ମିଷ୍ଠା ସେଠୀ
- ଓଏଏସରୁ ରାଜନୀତି
- ବିଜେଡିର ନୂଆ ମହିଳା ଚେହେରା
- ପ୍ରଥମଥର ଲୋକସଭା ପ୍ରାର୍ଥୀ
୨୦୧୯-- କଂଗ୍ରେସ: ମାନସ ଜେନା
- କଂଗ୍ରେସର ଯୁବ ଚେହେରା
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ମଜବୁତ୍ ସଂଗଠନ ରହିଛି
୨୦୧୯--ବିଜେପି: ଅମୀୟ ମଲ୍ଲିକ
- ୨ଥର ପରାଜିତ
- ଥରେ ସାଂସଦ ଏବଂ ଥରେ ବିଧାୟକ ପ୍ରାର୍ଥୀ ଭାବେ ପରାଜିତ
- କଂଗ୍ରେସରୁ ବିଜେପିରେ ସାମିଲ
- ସଂଗଠନ ରହିଛି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ଯାଜପୁର, ବଡଚଣା, ସୁକିନ୍ଦା, ବିଂଝାରପୁର, ବରୀ, ଧର୍ମଶାଳା ଏବଂ କୋରେଇକୁ ନେଇ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ
- ସମସ୍ତ ବିଧାନସଭା କ୍ଷେତ୍ର ବିଜେଡି ଦଖଲରେ ରହିଛି
- ଅନାଦି ଚରଣ ଦାସ ୪ଥର ସାଂସଦ
Follow Us