ଯାଜପୁର କଳିଙ୍ଗନଗର ବିସ୍ଥାପିତ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟଣା : ୨୪ ଘଣ୍ଟା ପରେ ବି ଥମିନି ଉତ୍ତେଜନା । ଫାଟକ ସାମ୍ନାରେ ଶବଦାହ କରିବାକୁ ପରିବାରର ଚେତାବନୀ 

ଯାଜପୁର କଳିଙ୍ଗନଗର ବିସ୍ଥାପିତ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟଣା : ୨୪ ଘଣ୍ଟା ପରେ ବି ଥମିନି ଉତ୍ତେଜନା । ଫାଟକ ସାମ୍ନାରେ ଶବଦାହ କରିବାକୁ ପରିବାରର ଚେତାବନୀ 

କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପିତ ପରିବାର ସଦସ୍ୟାଙ୍କ ମୃତ୍ୟୁ ଘଟଣା । ୨୪ ଘଣ୍ଟା ପରେ ବି ଜାରି ରହିଛି ଉତ୍ତେଜନା । କମ୍ପାନି କତ୍ତୃପକ୍ଷ ଆଲୋଚନାକୁ ଆସୁ ନଥିବାରୁ ଲୋକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି କ୍ଷୋଭ । ନ୍ୟାୟ ଦାବିରେ ନୀଳାଚଳ ଇସ୍ପାତ ନିଗମ ଲିମିଡେଟ୍‌ ଗେଟ୍‌ ସାମ୍ନାରେ ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର ଲୋକେ ।

ନ୍ୟାୟ ନମିଳିଲେ କମ୍ପାନି ଗେଟ୍‌ ଆଗରେ ଶବଦାହ  କରିବାକୁ ଚେତାବନୀ ଦିଆଯାଇଛି । ବୁଧବାର ଅର୍ଥ ଅଭାବରୁ ଚିକିତ୍ସା ନପାଇ ବିସ୍ଥାପିତ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ ମସିହାରେ ଚାକିରି ଥିବା ସମୟରେ ତାଙ୍କ ସ୍ବାମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ନିୟମ ଅନୁସାରେ ତାଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା କଥା । କିନ୍ତୁ କାହାରିକୁ ଚାକିରି ଦିଆଯାଇ ନଥିବାରୁ ଅର୍ଥ ଅଭାବ ପାଇଁ ଚିକିତ୍ସା ନପାଇ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe