ଯାଜପୁରରେ ଘର ମାଲିକଙ୍କ ଅମାନବୀୟ କାଣ୍ଡ: ୧୨ଶହ ଟଙ୍କା ଘରଭଡା ନଦେବାରୁ ଶ୍ରମିକଙ୍କୁ ଘରୁ ତଡି ଦେଲା ମାଲିକ

Advertisment
ଯାଜପୁରରେ ଘର ମାଲିକଙ୍କ ଅମାନବୀୟ କାଣ୍ଡ: ୧୨ଶହ ଟଙ୍କା ଘରଭଡା ନଦେବାରୁ ଶ୍ରମିକଙ୍କୁ ଘରୁ ତଡି ଦେଲା ମାଲିକ

କନକ ବ୍ୟୁରୋ: ଘରଭଡା ଆଦାୟକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ତାଲାବନ୍ଦ ପରିସ୍ଥିତିରେ ଘରଭଡା ଆଦାୟରେ କୋହଳ ନୀତି ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିବେଦନ କରିସାରିଥିବା ବେଳେ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଘରମାଲିକଙ୍କ ଅମାନବୀୟ କାଣ୍ଡ ।

publive-image

ଘରଭଡା ବାବଦକୁ ୧୨୦୦ଶହ ଟଙ୍କା ଦେଇନପାରିବା କାରଣରୁ ବର୍ଷା ରାତିରେ ଜଣେ ଶ୍ରମିକଙ୍କ ସମସ୍ତ ଆସବାବପତ୍ରକୁ ଫିଙ୍ଗିଦେବା ସହ ତାଙ୍କ ପରିବାରକୁ ଘରୁ ବାହାର କରିଦେଇଥିଲେ ଘର ମାଲିକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘର ମାଲିକଙ୍କୁ ତାଗିଦ କରିବା ପରେ ପୁଣିଥରେ ଘର ମାଲିକ ଶ୍ରମିକଙ୍କ ପରିବାରକୁ ଘରେ ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe