କନକ ବ୍ୟୁରୋ: ଘରଭଡା ଆଦାୟକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ତାଲାବନ୍ଦ ପରିସ୍ଥିତିରେ ଘରଭଡା ଆଦାୟରେ କୋହଳ ନୀତି ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିବେଦନ କରିସାରିଥିବା ବେଳେ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଘରମାଲିକଙ୍କ ଅମାନବୀୟ କାଣ୍ଡ ।
ଘରଭଡା ବାବଦକୁ ୧୨୦୦ଶହ ଟଙ୍କା ଦେଇନପାରିବା କାରଣରୁ ବର୍ଷା ରାତିରେ ଜଣେ ଶ୍ରମିକଙ୍କ ସମସ୍ତ ଆସବାବପତ୍ରକୁ ଫିଙ୍ଗିଦେବା ସହ ତାଙ୍କ ପରିବାରକୁ ଘରୁ ବାହାର କରିଦେଇଥିଲେ ଘର ମାଲିକ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘର ମାଲିକଙ୍କୁ ତାଗିଦ କରିବା ପରେ ପୁଣିଥରେ ଘର ମାଲିକ ଶ୍ରମିକଙ୍କ ପରିବାରକୁ ଘରେ ରଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/OWNER.jpg)
/kanak/media/post_attachments/wp-content/uploads/2020/05/Screen-Shot-2020-05-01-at-10.43.17-AM.png)