ଯାଜପୁର : ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଆହତ

25

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳ ପଂଚାୟତ ଗମ୍ଭାରିଆ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗୁରୁତର ଆହତ ହୋଇଥିବା ୨ ଜଣ ହେଉଛନ୍ତି ନିରଂଜନ ମହାକୁଡ, ଅଜୟ କୁମାର ଜେନା ।

ଜମିବାଡି ଘଟଣାକୁ କେନ୍ଦ୍ର କରି ଦୁଇଟି ପରିବାର ମଧ୍ୟରେ ଦୀର୍ଘଦିନରୁ ଗଣ୍ଡଗୋଳ ଲାଗିରହିଥିଲା । ହେଲେ ଏହି ଗଣ୍ଡଗୋଳ ଗତକାଲି ରାତିରେ ଉଗ୍ରରୂପ ନେଇଥିଲା । ନିରଂଜନ ଘରକୁ ଫେରୁଥିବାବେଳେ ବିପକ୍ଷ ଗୋଷ୍ଠୀର ଲୋକେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କୋରେଇ ଥାନାରେ ଦୁଇ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଏତଲା ଦିଆଯାଇଛି । ଗାଁରେ ପୁଲିସ ପହଂଚି ତଦନ୍ତ ଘଟଣା ସମ୍ପର୍କରେ ପଚରାଉଚରା ଜାରି ରଖିଛି ।