କନକ ବ୍ୟୁରୋ : ଯାଜପୁର କୋରେଇରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ସକାଳ ୬ଟା ୪୪ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ୫୪ଟି ବଗିରୁ ୮ଟି ଲାଇନଚ୍ୟୁତ ହୋଇଥିବା ସୂଚନା । ଲାଇନଚ୍ୟୁତ ପରେ ଷ୍ଟେସନ ଉପରକୁ ବଗିଗୁଡିକ ମାଡି ଯାଇଛି । ଯାହା ଫଳରେ କୋରେଇ ରେୱେ ଷ୍ଟେସନର ବିଲ୍ଡିଂ ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ଦୁର୍ଘଟଣାରେ ଫୁଟ୍ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଛି ।

Advertisment

ତେବେ ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ନେଇ କୋରେଇ ବିଡିଓ ସୂଚନା ଦେଇଛନ୍ତି । ୭ଜଣ ଆହତଙ୍କ କୋରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ, ମାଲବାହୀ ଗାଡି ଖାଲି ଥିଲା, ଦୁର୍ଘଟଣା କେମିତି ହେଲା ତାହାର କାରଣ ଜଣାପଡିନି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ଉପସ୍ଥିତ ରହିଛନ୍ତି । ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ କ୍ଷତିପୂରଣ ଦିଆଯିବ । ମେନ୍ ଲାଇନ୍ ଥିବାରୁ ଅନେକ ଟ୍ରେନ୍ ପ୍ରଭାବିତ ହୋଇଛି । ପୂର୍ବ ଷ୍ଟେନରେ ଟ୍ରେନ୍ ଅଟକି ଥିବାରୁ ଡାଇଭର୍ଟ କରାଯାଇଛି । ଘଟଣାର ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ ।