ବନ୍ୟା ଛାଡିଗଲା, ଦୁଃଖ ଦେଇଗଲା । ଏବେ ସୁଦ୍ଧା ବିପନ୍ନଙ୍କ ପାଖରେ ପହଂଚିନାହିଁ ରିଲିଫ୍

73

କନକ ବ୍ୟୁରୋ : ବନ୍ୟା ଚାଲିଗଲା । ଦୁଃଖ ଛାଡିଗଲା । ଯାଜପୁର ଜିଲ୍ଲାରୁ ବନ୍ୟା ପାଣି ଖସିବା ପରେ ଆରମ୍ଭ ହୋଇଛି ବନ୍ୟା ବିପନ୍ନ ମାନଙ୍କ ଦୁଃଖ । ବର୍ତମାନ ସୁଦ୍ଧା ଲୋକଙ୍କୁ ରିଲିପଂ ଯୋଗାଇ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ । ଯାଜପୁର ଜିଲା ବିଂଝାରପୁର ନିର୍ବାଚନମଣ୍ଡଳୀର ଦତପୁର ଅଂଚଳରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ସ୍ଥାନୀୟ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବନ୍ୟା ବିପନ୍ନ ମାନଙ୍କୁ ରିଲିଫ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି ।

ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ରିଲିଫ୍ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରି ଗ୍ରାମବାସୀ ଜିଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । କେବଳ ଚାଉଳ କିମ୍ବା ଚୁଡା ନୁହେଁ ଗୃହପାଳିତ ପଶୁଙ୍କୁ ଗୋଖାଦ୍ୟ ସହିତ ଘର ଭଂଗା ସାହାଯ୍ୟ ତୁରନ୍ତ ପ୍ରଦାନ କରିବାକୁ ଦାବୀ କରିଛନ୍ତି । ସରକାରୀ ନିୟମ ମୁତାବତ ବନ୍ୟା ବିପନ୍ନ ମାନଙ୍କୁ ରିଲିପଂ ବଂଟନ କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି ।

Comments are closed.