କାବୁ ହେଲା ଦନ୍ତା , ଟ୍ରାଙ୍କୁଲାଇଜ କଲା ସ୍ୱତନ୍ତ୍ର ଟିମ୍ ! ଯାଜପୁରରେ ଗତ ୭ ଦିନରେ ୪ ଜଣଙ୍କୁ ମାରିଛି ହାତୀ , ହାତୀ ଉପଦ୍ରବକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଉତ୍ୟକ୍ତ ଲୋକେ

237

ଯାଜପୁରରେ ଧରାପଡିଲା ଉପଦ୍ରବ କରୁଥିବା ହାତୀ । ଦୀର୍ଘ ସମୟ ଧରି ଉଦ୍ୟମ ପରେ ଧୁଳିଗଡ ଜଙ୍ଗଲରେ ହାତୀକୁ ଟାଙ୍କୁଲାଇଜ୍ କରିଛନ୍ତି ନନ୍ଦନକାନନ ଓ ବାରିପଦାରୁ ଆସିଥିବା ସ୍ୱତନ୍ତ୍ର ଟିମ୍ । ହାତୀ ଖୋଜିବା ପାଇଁ ୩ଟି ଡ୍ରୋନ କ୍ୟାମେରାର ସହାୟତା ନିଆଯାଇଥିଲା । ୭ ଦିନ ଭିତରେ ୩ ଜଣଙ୍କୁ ହାତୀ ମାରିସାରିଥିବା ବେଳେ ରବିବାର ରାତିରେ ଜଣେ ୧୫ ବର୍ଷର ପିଲାକୁ ମାରିଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା ।

ହାତୀ ଘଉଡାଇବା ଓ ଧନଜୀବନ ସୁରକ୍ଷା ଦାବିରେ ମିଲିଟାରୀ ଛକ ଓ ମାନପୁର ଓଭରବ୍ରିଜ ନିକଟରେ ଉତ୍ୟକ୍ତ ହୋଇ ଟାୟାର ଜାଳି ରାସ୍ତାରୋକ କରିଥିଲେ । ସ୍ଥାନୀୟ ଲୋକ ହାତୀ ଆକ୍ରମଣ ଭୟରେ ଆତଙ୍କିତ ହୋଇପଡିଥିଲେ । ଏପରିକି ରାତି ସାରା ନିଆଁ ଜାଳି ହାତୀ ଘଉଡାଇଥିଲେ । ପିଲାମାନେ ଭୟରେ ସ୍କୁଲ ଯାଉ ନଥିଲେ । ଶେଷରେ କାବୁ ହୋଇଛି ହାତୀ ।