କନକ ବ୍ୟୁରୋ : ଚଳିତ ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ଆସି ଯାଜପୁର ବ୍ଲକ, ବରୀ ବ୍ଲକ, ଓ ବଡଚଣା ବ୍ଲକର ବହୁ ସଂଖ୍ୟାରେ ଗାଁକୁ ଜଳ ମୟ କରି ଦେଇଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ଅଧିକ ଘାଇ ହେବା ଯୋଗୁଁ ଏହି ସବୁ ଗାଁ ଜଳମଗ୍ନ ହୋଇଯାଇଛି । ବିଶେଷ କରି ବରୀ ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।
ତେବେ ବ୍ରାହ୍ମଣୀ ଓ ବୈତରଣୀର ପାଣି କମିବା ପରେ ଏହି ସବୁ ଅଂଚଳରୁ ପାଣି ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ତଳିଆ ଅଂଚଳରେ ଏବେ ଅନେକ ସ୍ଥାନରେ ପାଣି ପସିଛି । ଲୋକମାନେ ଭୋକ ଉପାସରେ ପଡିରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/PHOTO-01010208.jpg)