ମାଆ ବିରଜା ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମନ୍ଦିର ଚାରିପାଖେ ଲାଗୁ ହେବ ୧୪୪ ଧାରା , ଅକ୍ଟୋବର ୧୭ରୁ ୨୪ ଯାଏଁ ୧୪୪ ଧାରା ରହିବ ଜାରି ।

149

କନକ ବ୍ୟୁରୋ : ମା ବିରଜା ରଥଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଯାଜପୁର ଜିଲ୍ଲା ପ୍ରଶାସନ । ରଥଯାତ୍ରା ପାଇଁ ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ କରାଯାଇଛି । ୯ ଦିନ ଅର୍ଥାତ ୧୭ ତାରିଖରୁ ୨୪ ତାରଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ଏହାସହ ସେବାୟତଙ୍କ ୩ ଥର କୋଭିଡ ଟେଷ୍ଟ କରାଯିବ । ଯହାର ପଜିଟିଭ ବାହାରିବ ତାଙ୍କୁ ଆଇସୋଲେସନକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

କରୋନା ମହାମାରୀ ବେଳେ ଅନୁଷ୍ଠିତ ହେବ ଯାଜପୁର ବିରଜା କ୍ଷେତ୍ରରେ ରଥଯାତ୍ରା । ଏନେଇ ଏକ ଅପିଲର ଶୁଣାଣି କରି ଅନୁମତି ଦେଇଥିଲେ ହାଇକୋର୍ଟ । କୋଭିଡ କଟକଣା ପାଳନ ସହ ରଥଯାତ୍ରା କରିବାକୁ ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବାକୁ ଜିଲ୍ଲାପ୍ରଶାସନ ରଥଯାତ୍ରା କମିଟିକୁ କହିଥିଲେ । ଏହାପରେ ମନ୍ଦିର କମିଟି କୋର୍ଟରେ ଦ୍ୱାରସ୍ଥ ହୋଇଥିଲା । ଏହି ଅପିଲର ଶୁଣାଣି କରି କୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ ।