କନକ ବ୍ୟୁରୋ : ଗର୍ଭବତୀ ମହିଳାଙ୍କ ମୃତ୍ୟୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ତୁମୁଳକାଣ୍ଡ । ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିବା ପରେ ସ୍ଥାନୀୟ ଅଂଚଳରେ ଅଭବାନୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ପରିବାର ଲୋକ ଏବଂ ସମ୍ପର୍କୀୟ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ ।

Advertisment

ସୂଚନା ଅନୁସାରେ ମଙ୍ଗଳପୁର ଥାନା ଚାନ୍ଦିପୁର ଗାଁର ସରୋଜ ଜେନାଙ୍କ ପତ୍ନୀ ରଶ୍ମିତା ଜେନା ଶୁକ୍ରବାର ଯାଜପୁର ମେଡ଼ିକାଲରେ ଭର୍ତି ହୋଇଥିଲେ । ଆଉ ଚିକିତ୍ସା ସମୟରେ ରୁସ୍ମିତାଙ୍କ ମୃତ୍ୟୁ ହୋଇଥିଲା ।