କନକ ବ୍ୟୁରୋ : ୟୁଟ୍ୟୁବର ରାଣୀ ପାଲଟିଛନ୍ତି ଯାଜପୁରର ରାଣୀ ସିଂ । ନିଜ ଇଚ୍ଛା ଶକ୍ତି ବଳରେ ଏହି ଆଦବାସୀ ଝିଅ ଏବେ ପାଲଟିଛନ୍ତି ୟୁଟ୍ୟୁବ ସେନସେସନ । ଯାଜପୁର ଉପକଣ୍ଠରେ ଥିବା ବାଣପୁରରେ ରୁହନ୍ତି ରାଣୀ । ରାଣୀ ୧୦ମ ଶ୍ରେଣୀରେ ଉପେନ୍ଦ୍ର କୁମାର ହାଇସ୍କୁଲରେ ପାଠ ପଢୁଛନ୍ତି । ସେହିଭଳି ନିଜର ଏକ ବ୍ଳଗ କରିଚନ୍ତି । ଯାହାକି ଟ୍ରାଇବ ବ୍ଲଗର ରାଣୀ ନାମରେ ବେଶ ଲୋକପ୍ରିୟ ହୋଇଛି ।

Advertisment

ଏହି ବ୍ଲଗରେ ଜନଜାତୀର ଜୀବନୀ ସହ ଖାଦ୍ୟ ପେୟରୁ ନେଇ ବିଭିନ୍ନ ନୃତ୍ୟ ଗୀତ ସବୁ ଅପଲୋଡ କରୁଛନ୍ତି । ଯାହାକି ଲୋକଙ୍କୁ ବେଶ ପସନ୍ଦ ହୋଇପାରିଛି । ନିଜର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ବେଳେ ଏହି ଭିଡ଼ିଓ କରି ଭଲ ରୋଜଗର କରିପାରିଛନ୍ତି ରାଣୀ । ଏଥିରେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଭାଇ ସହଯୋଗ କରିଛନ୍ତି । ଏହି ରୋଜଗାର ଅର୍ଥରେ ସେ ଆଗକୁ ପାଠ ପଢିବା ସହ ପରିବାର ଗୁଜୁରାଣ ଭଲ ଭାବେ ଚଳାଇ ପାରୁଛନ୍ତି ।