ଯାତ୍ରୀବାହୀ ବସ ଓଲଟି ୨୨ ଜଣ ଆହତ । ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର

112

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ଯାତୀବାହୀ ବସ୍ । ୨୨ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଯାଜପୁର ବଡ଼ଚଣା ନିକଟ ଗଣ୍ଠିଛକରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ବାରିପଦା ଯାଉଥିଲା ଏହି ବସ୍ । ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବସରେ ମୋଟ ୪୫ ଯାତ୍ରୀ ଥିଲେ ।