ଯାଜପୁର-ଭଣ୍ଡାରିପୋଖରୀ ଯୋଗାଯୋଗ ବିଚ୍ଛିନ୍ନ । ଆଖୁଆପଦା ନିକଟରେ ବିପଦ ସଙ୍କେତ ଟପିଲା ବୁଢାବଳଙ୍ଗ

165

କନକ ବ୍ୟୁରୋ: ବାରମ୍ବାର ଲଘୁଚାପ, ତାସାଙ୍ଗକୁ ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଉତ୍ତର ଓଡିଶାର ଏକାଧିକ ଜିଲ୍ଲା । ବାଲେଶ୍ୱରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡିଛି ।ବ୍ୟା ଯୋଗୁଁ ଯାଜପୁର-ଭଣ୍ଡାରୀପୋଖରୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଖୁଆପଦା ନିକଟରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି ୧୮ ଦଶମିକ ୮୦ ମିଟର । ବୈତରଣୀ ନଦୀର ଶାଖା ଗେଙ୍ଗୁଟି, କୋଚିଳା ଆଦି ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ଓ ଚାନ୍ଦାବାଲି ବ୍ଲକର ତଳିଆ ଅଂଚଳ ପ୍ରଭାବିତ ହେବ । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଟି ଓଡ୍ରାଫ୍, ଦୁଇଟି ଏନ୍ଡିଆରଏଫ୍ ଓ ୫ଟି ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ।

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଥିବାରୁ ତଳିଆ ଅଂଚଳରେ ରହିଥିବା ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନ୍ୟାକୁ ଦୃଷ୍ଟିରେ ରଖି ବାଲିଆପାଳ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତଳିଆ ଏବଂ କଚ୍ଚା ଘରେ ରହୁଥିବା ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ, ଅଙ୍ଗନୱାଡ଼ି ଏବଂ ଉଚ୍ଚ ସ୍ଥାନକୁ ଯିବାପାଇଁ ସୂଚନା ଦିଆଯାଇଛି । ସୁରକ୍ଷା ପାଇଁ ୨ଟି ଓଡ୍ରାଫ ଟିମ୍, ୨ଟି ଅଗ୍ନିଶମ ବାହିନୀ ଏବଂ ଗୋଟାଏ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି । ୧୪ଟି ପାୱାର ବୋଟ, ୨୦ ଅଧିକ ଦେଶୀ ଡଙ୍ଗା ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରଖାଯାଇଛି । ଜିଲ୍ଲାପାଳ ମଧ୍ୟ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।