ସଟଡାଉନ ହେଲା ଯାଜପୁର ସହର । ବ୍ୟାସନଗର ପୌରାଞ୍ଚଳ ସମେତ ବିଭିନ୍ନ ଗାଁରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା । କାଲି ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ

884

କନକ ବ୍ୟୁରୋ: ସଟଡାଉନ ହେଲା ଯାଜପୁର ସହର ଓ ବିଭିନ୍ନ ଗାଁ । ଯାଜପୁର ଓ ବ୍ୟାସନଗର ଦୁଇ ପୌରାଞ୍ଚଳକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଆଜି ରାତି ୮ଟାରୁ ସୋମବାର ରାତି ୮ଟା ଯାଏଁ ସଟଡାଉନ ଘୋଷଣା । ଯାଜପୁର ସହର ସମେତ ବିଭିନ୍ନ ଗାଁକୁ କରାଗଲା ୪୮ ଘଣ୍ଟିଆ ସଟଡାଉନ ।

ତେବେ ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ଚାରିଲଙ୍ଗଳ, ନେଉଳପୁର ସମେତ ପ୍ରତି ବ୍ଲକ ମୁଖ୍ୟାଳୟ ଅଞ୍ଚଳରେ ସଟଡାଉନ ଲଗାଇଲା ପ୍ରଶାସନ । କରୋନା ମୁକାବିଲା ସହ ସଂକ୍ରମଣ ରୋକିବାକୁ ଏହି ସବୁ ଅଞ୍ଚଳକୁ ସଟଡାଉନ କରାଯାଇଛି । ତେବେ ଗତକାଲି ନୂଆ କରି ଯାଜପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁକାବିଲା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ ।