କନକ ବ୍ୟୁରୋ : ଗାଁ ଶ୍ମଶାନରେ ଜଳିଲା ୩ ଦାଦନ ଶ୍ରମିକଙ୍କ ଜୁଇ । ଯାଜପୁର ଜିଲ୍ଲା ସଦର ଥାନା ଜମଧର ଗାଁରେ ଦାଦନ ଖଟିବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଗାଁରେ ଆସି ପହଂଚିଛି । ପରେ ସେମାନଙ୍କର ଶବ ସତ୍କାର କରାଯାଇଛି । ପାଠପଢିବା ପରେ ଚାକିରି ନପାଇଁ ଏହି ୩ଜଣ ଯୁବକ ଗାଁ ଛାଡି ଗୁଜରାଟର ସୂତାକଳରେ କାମ କରିବାକୁ ଯାଇଥିଲେ । ହେଲେ ଗତ ୨୨ ତାରିଖରେ କାରଖାନାରେ ନିଆଁଲାଗି ଜୀବନ୍ତ ଦଗ୍ଧ ହୋଇଥିଲେ ଏହି ୩ ଦାଦନ ଶ୍ରମିକ ।
ସେମାନେ ହେଲେ ଦୟାନିଧି ଖୁଟିଆ, ଚିନ୍ମୟ ଖୁଂଟିଆ ଏବଂ କାମେଶ ସିଂ । ସେମାନଙ୍କ ମୃତଦେହ ଗାଁରେ ପହଂଚିବା ପରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ମୃତକଙ୍କ ପରିବାରରେ କାନ୍ଦବୋବାଳି ପଡିଯାଇଛି । ରୋଜଗାରିଆ ପୁଅକୁ ହରାଇ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ହଜାର ହଜାର ଲୋକ ମୃତକଙ୍କ ଶେଷ ଦର୍ଶନ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ସହାୟତା ପ୍ରଦାନ କରାଯାଇଛି । ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/TANKA.jpg)