ଯାଜପୁରରେ ଲଜ୍ଜା !! ୨ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ, ଶିକ୍ଷକ ଗିରଫ

କାହିଁକି ହାତ ବାନ୍ଧି ବସିଥିଲା ପୋଲିସ? ୭ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ଆତ୍ମହତ୍ୟା କଲେ ନାବାଳିକା : ଏହାପରେ ବାପା ଆତ୍ମହତ୍ୟା ଉଦ୍ୟମ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ ପୁଣି ଲଜ୍ଜାକର ଘଟଣା ଘଟିଛି। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀଙ୍କୁ ଜଣେ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ଦୁଇ ଛାତ୍ରୀ  ସ୍କୁଲ ଯିବେନି କି ପାଠ ପଢ଼ିବେନି ଏପରି କଥା ପରିବାରକୁ କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।   ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଅନ୍ୟପଟେ ସଂପୃକ୍ତ ଶିକ୍ଷକଙ୍କୁ ପୁଲିସ ଉଠାଇ ଆଣିଛି।

ପାଣିକୋଇଲି ଥାନା  କରଦା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ମୋହନ ଭୂୟାଁ  ସ୍କୁଲ ପରିସରରେ ଦୀର୍ଘ ଦିନରୁ ଟିଉସନ କରି ଆସୁଛନ୍ତି। ପୀଡ଼ିତାଙ୍କ ବୟାନ ଅନୁସାରେ ଅନ୍ୟ ପିଲାମାନେ ପଳାଇବା ପରେ ଶିକ୍ଷକ ଶ୍ରୀ ଭୂୟାଁ ଲାଇଟ ଲିଭାଇ କବାଟ ଦେଇ ଶାରୀରିକ  ସଂପର୍କ ରଖି ଆସୁଥିଲେ। ଘଟଣା କାହାକୁ ଜଣାଇଲେ ଜୀବନରୁ ମାରି ଦେବା ସହ ପରିବାର ଲୋକଙ୍କୁ ରାସ୍ତାରୁ ହଟାଇଦେବାକୁ ବାରମ୍ବାର ଧମକ ଦେଇ ଆସୁଥିଲେ। ଗତକାଲି  ଛାତ୍ରୀ ଜଣକ ଶିକ୍ଷକଙ୍କ ନିର୍ୟାତନାରେ ଅତିଷ୍ଠ ହୋଇ ଆଉ ପାଠ ପଢ଼ିବ ନାହିଁ ବୋଲି ମା’ଙ୍କୁ କହିଥିଲେ। ଏହାପରେ ଘଟଣା ଜଣାପଡ଼ିଥିଲା। ଏହାପରେ ପାଣ‌ିକୋଇଲି ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଛି। କେସ୍‌ ନମ୍ବର ୬୧/୨୦ ଓ ୬୨/୨୦‌ରେ ଦୁଇ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଶିକ୍ଷକ ମୋହନ ଭୂୟାଁଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe