ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଜୟସ୍ୱାଲଙ୍କ ଦମଦାର ବ୍ୟାଟିଂ: ହାସଲ କଲେ କ୍ୟାରିୟରର ପ୍ରଥମ ଦ୍ୱିଶତକ

121

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ପକ୍ଷରୁ ଦମଦାର ବ୍ୟାଟିଂ କରିଛନ୍ତି ଯଶସ୍ୱୀ ଜୟସ୍ୱାଲ । ଏହି ଟେଷ୍ଟ ମ୍ୟାଚରେ ଜୟସ୍ୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି । ହେଲେ ଭାରତ ପକ୍ଷରୁ ଆଉ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନାହାନ୍ତି । ଫଳରେ ଭାରତ ଏବେ ୮ ୱିକେଟ ହରାଇ ୪୦୦ ରନ ଆଡକୁ ଅଗ୍ରସର ହେଉଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଜୟସ୍ୱାଲ ଏକାକୀ ଲଢିଥିଲେ ବି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ ଜୟସ୍ୱାଲ ୨୯୦ ବଲ ଖେଳି ୨୦୯ ରନ କରିଥିଲେ ଯେଉଁଥିରେ ସେ ୭ ଛକା ଓ ୧୯ ଚୌକା ମାରିଥିଲେ ।