ବୈଦେଶିକ ମନ୍ତ୍ରୀ ଭାବେ ଏସ ଜୟଶଙ୍କରଙ୍କ ଆଜି ଦୁଇ ଦିନିଆ ଭୁଟାନ ଗସ୍ତ : ଉଭୟ ଦେଶ ମଧ୍ୟରେ ହେବ ଦ୍ୱିପାକ୍ଷିକ ଆଲୋଚନା

83

ବୈଦେଶିକ ମନ୍ତ୍ରୀ ହେବା ପରେ ଏସ ଜୟଶଙ୍କରଙ୍କ ଆଜି ପ୍ରଥମ ବିଦେଶ ଗସ୍ତ । ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସୁବ୍ରମଣ୍ୟମ ଜୟଶଙ୍କର ଆଜି ଠାରୁ ୨ ଦିନିଆ ଭୁଟାନ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଜୟଶଙ୍କର ଭୁଟାନ ସରକାରଙ୍କ ସହ ଦ୍ୱିପାକ୍ଷୀକ ଆଲୋଚନା କରିବେ । ଜୟଶଙ୍କରଙ୍କ ଭୂଟାନ ଗସ୍ତ ଗୁରୁତ୍ୱପୂର୍ଣ୍ଣ କାହିଁକିନା ଏହା ଭାରତର ପଡୋଶୀ ବନ୍ଧୁ ଦେଶ । ଜୟଶଙ୍କରଙ୍କୁ ଭୁଟାନ ରାଜା ଜିଗମେ କେଶର ନାମଗେଲ ୱାଙ୍ଗଚୁକ, ପ୍ରଧାନମନ୍ତ୍ରୀ ଲିଅନଚେନ ଡା. ଲୋଟେ ଥେରସିଂ ଏବଂ ଲିଓନପୋ ଡା. ତାଣ୍ଡି ଦୋର୍ଜୀଙ୍କ ସହ ସାକ୍ଷାତ କରିବେ ।

ଗସ୍ତ ସମୟରେ ଦ୍ୱିପାକ୍ଷୀକ ଆଲୋଚନା ହେବ । ଆଗାମୀ ଦିନରେ ଭାରତ ଏବଂ ଭୁଟାନ ମଧ୍ୟରେ ହେବାକୁ ଥିବା ଆର୍ଥିକ ବିକାଶ ଏବଂ ହାଇଡ୍ରୋ ପାୱାର ସହଯୋଗ ଆଦାନ ପ୍ରଦାନ ନେଇ ଆଲୋଚନା ହେବ । ସୂଚନାଯୋଗ୍ୟ ଗତ ମେ’ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବିମସଷ୍ଟେକର ମୁଖ୍ୟମାନେ ଯୋଗଦେଇଥିଲେ ।