ଭାରତ-ପାକ୍ ମଧ୍ୟସ୍ଥତା ପ୍ରସଙ୍ଗ: ମୋଦି କରି ନାହାନ୍ତି ଅନୁରୋଧ, ମିଛ କହିଛନ୍ତି ଟ୍ରମ୍ପ । ଗୃହରେ ବୈଦେଶିକ ମନ୍ତ୍ରୀଙ୍କ ବିବୃତି

164

କନକ ବ୍ୟୁରୋ: କାଶ୍ମୀର ପ୍ରସଙ୍ଗରେ ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ । ଭାରତ-ପାକ୍ ମଧ୍ୟରେ ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ମନ୍ତବ୍ୟକୁ ରାଜ୍ୟସଭାରେ ଖଣ୍ଡନ କଲେ ମନ୍ତ୍ରୀ ଶୟଶଙ୍କର । ମଧ୍ୟସ୍ଥତା ପାଇଁ ମୋଦି କୌଣସି ଅନୁରୋଧ କରି ନାହାନ୍ତି । ଟ୍ରମ୍ପ ମିଛ କହୁ ଥାଇ ପାରନ୍ତି । ଭାରତ-ପାକ୍ ସମସ୍ୟାରେ ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିିଁ କହିଲେ ଜୟଶଙ୍କର ।

ତେବେ ଦ୍ୱିପାକ୍ଷିକ ଆଲୋଚନାରେ କାଶ୍ମୀର ସମସ୍ୟା ସମାଧାନ ହେବ । କାଶ୍ମୀର ପ୍ରସଙ୍ଗରେ କୌଣସି ଦ୍ୱିମତ ନାହିଁ । ଭାରତ-ପାକ୍ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ଜୟଶଙ୍କର ।

ସେପଟେ ଜୟଶଙ୍କରଙ୍କ ବିବୃତିରେ ସନ୍ତୁଷ୍ଟ ନାହାନ୍ତି ବିରୋଧୀ । ବିବୃତି ପରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ହଟ୍ଟଗୋଳ ପାଇଁ ଗୃହକୁ ୧୨ଟା ଯାଏଁ ମୁଲତବୀ ରଖାଯାଇଥିଲେ ବି ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି ।