କନକ ବ୍ୟୁରୋ: ୟୁକ୍ରେନ ଓ ଋଷ ଯୁଦ୍ଧକୁ ମଧ୍ୟରେ ଭାରତର ନୀରବତାକୁ ନେଇ ବିଭିନ୍ନ ଦେଶ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିବା ପରେ ସେମାନଙ୍କୁ କଡା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ରାଏସିନା ଡାଏଲଗ୍ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜୟଶଙ୍କର ପୁନର୍ବାର ୟୁକ୍ରେନ ଯୁଦ୍ଧ ଉପରେ ଭାରତର ସ୍ଥିତି ଉପରେ ଆଲୋକପାତ କରିଛନ୍ତି । ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ‘ଆମେ ଯୁଦ୍ଧକୁ ତକ୍ରାଳ ଶେଷ କରିବାକୁ ଚାହୁଁଛୁ ଏବଂ କୂଟନୀତି ଜରିଆରେ ଆଲୋଚନା ଉପରେ ଭାରତ ସବୁବେଳେ ଗୁରୁତ୍ୱ ଦେଇଆସିଛି । ଆମେ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସମ୍ନାନ ଜଣାଇବା ଉପରେ ଗୁରୁତ୍ୱ ଦେଉଛୁ’ ।

Advertisment

ନରୱେର ବିଦେଶ ମନ୍ତ୍ରୀ ଏନିକେନ ହୁଇଟଫେଲ୍ଡଙ୍କ ପ୍ରଶ୍ନର ଜବାବରେ ଜୟଶଙ୍କର କହିଛନ୍ତି ଯେ, ‘ଆମକୁ ଅଧିକ ୟୁରୋପୀୟ ଦେଶ ଗୁଡିକ ସହ ଋଷ ସହ ମଧ୍ୟ ସମ୍ପର୍କ ରହିଛି । ଅନ୍ୟପଟେ ଗଣତନ୍ତ୍ରର କଥା କହୁଥିବାବେଳେ ଲୋକଙ୍କୁ ଜବାବ ଦେଇ ଜୟଶଙ୍କର କହିଛନ୍ତି, ଯେ ଆଫଗାନିସ୍ତାନର ସ୍ଥିତି ଉପରେ ସବୁ ଗଣତାନ୍ତ୍ରୀକ ଦେଶ ଚୁପ ରହିଥିଲେ । ହିନ୍ଦ୍ ପ୍ରଶାନ୍ତ କ୍ଷେତ୍ରରେ ଭାରତ ପାଇଁ ସୃଷ୍ଟି ହେଉଥିବା ଆହ୍ୱାନ ଉପରେ ମଧ୍ୟ ଏମାନେ କୌଣସି ପଦକ୍ଷେପ ନେଇନାହାଁନ୍ତି ।

ଜୟଶଙ୍କର କହିଛନ୍ତି ଯେ, ‘ଏସିଆରେ ନିୟମ ଆଧାରିତ ବ୍ୟବସ୍ଥାକୁ ଯେତେବେଳେ ଚ୍ୟାଲେଞ୍ଜ ଦିଆଯାଉଥିଲା , ସେହି ସମୟରେ ଅଧିକ ବ୍ୟବସାୟ ପାଇଁ ୟୁରୋପ ପରାମର୍ଶ ଦେଉଥିଲା । ଏଠି ଭାରତ ସେହି ପରାମର୍ଶ କାହାକୁ ଦେଉନାହୁଁ । କୂଟନୀତି ଓ ଆଲୋଚନାକୁ ଫେରିବା ପାଇଁ ବାଟ ବାହାର କରିବା ନିହାତି ଜରୁରୀ ବୋଲି ଜୟଶଙ୍କର କହିଛନ୍ତି । ସେହିପରି ଚୀନ ଓ ପାକିସ୍ତାନ ମାମାଲାରେ ଜୟଶଙ୍କ ମଧ୍ୟ କହିଛନ୍ତି । ଏସିଆର କିଛି ସ୍ଥାନ ଏପରି ଅଛି ଯାହାର ଏଯାଏଁ କୌଣସି ସୀମା ନିର୍ଦ୍ଧାରଣ ହୋଇନାହିଁ । ଏବଂ ଦେଶ ଦେଶ ଗୁଡିକୁ ଆତଙ୍କବାଦକୁ ପ୍ରେତ୍ସାହିତ କରୁଛନ୍ତି ।