SCO ବୈଠକରେ ଜୟଶଙ୍କରଙ୍କ ରୌଦ୍ର ରୂପ । ଚୀନ୍ BRIର କଲେ କଡା ବିରୋଧ, ଭାରତ-ମଧ୍ୟପୂର୍ବ କରିଡର କଲେ ପ୍ରଶଂସା

Advertisment
SCO ବୈଠକରେ ଜୟଶଙ୍କରଙ୍କ ରୌଦ୍ର ରୂପ । ଚୀନ୍ BRIର କଲେ କଡା ବିରୋଧ, ଭାରତ-ମଧ୍ୟପୂର୍ବ କରିଡର କଲେ ପ୍ରଶଂସା

କନକ ବ୍ୟୁରୋ: ଭାରତ ପୁଣି ଥରେ 'ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍'କୁ ସମର୍ଥନ କରିବାକୁ ମନା କରି ଦେଇଛି, ଯାହା ଚୀନକୁ କଡ଼ା ଝଟକା ଦେଇଛି। ପାକ୍ ଅଧିକୃତ କଶ୍ମୀରରେ ୬୦ ବିଲିୟନ ଡଲାରର ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର (ସିପିଇସି) ନିର୍ମାଣ ହେଉଥିବାରୁ ଏହାକୁ ଭାରତ ବିରୋଧ କରିଛି। ବିସ୍କେକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଏସସିଓ ସଦସ୍ୟମାନେ ଆନ୍ତର୍ଜାତିକ ଆଇନର ନୀତିକୁ କଡ଼ାକଡ଼ି ଭାବେ ପାଳନ କରି, ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଇ ଏବଂ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହିତ କରି ଏହି ଅଞ୍ଚଳରେ ସ୍ଥିରତା ଏବଂ ସମୃଦ୍ଧି କୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବେ କାର୍ୟ୍ୟ କରିବା ଉଚିତ୍ ।

ଏସ୍‌ସିଓ ରାଷ୍ଟ୍ରମାନେ ଅନ୍ତର୍ଜାତୀୟ ଆଇନର ପାଳନ କଡ଼ାକଡ଼ି କରିବା ଉଚିତ। ଆଞ୍ଚଳିକ ସ୍ଥିରତା ଏବଂ ପ୍ରଗତି ଦିଗରେ ଏକାଠି କାମ ନକଲେ ଏସ୍‌ସିଓର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭଣ୍ଡୁର ହୋଇଯିବ ବୋଲି ଜୟଶଙ୍କର ଚେତାଇ ଦେଇଛନ୍ତି। ଚୀନ୍‌କୁ ଇଙ୍ଗିତ କରି ଜୟଶଙ୍କର କହିଛନ୍ତି, ପରସ୍ପରର ସାର୍ବଭୌମତ୍ବ ଏବଂ ଭୌଗୋଳିକ ଅଖଣ୍ଡତାକୁ ସମ୍ମାନ ଦେଇ କାର୍ୟ୍ୟ କଲେ ହିଁ ଅର୍ଥନୈତିକ ସହଯୋଗ ସୁଦୃଢ଼ ହୋଇପାରିବ। ଚୀନ୍‌ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଚାପରେ ରଖିବା ପାଇଁ ସୀମାରେ ଅଯଥା ଉତ୍ତେଜନା ବଢ଼ାଉଥିବା ବେଳେ ଜୟଶଙ୍କରଙ୍କ ଏହି ଟିପ୍ପଣୀ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ବିସକେରେ ଏସ୍‌ସିଓ-କାଉନସିଲ ଅଫ୍‌ ହେଡ୍‌ସ ଅଫ ଗଭର୍ଣ୍ଣମେଣ୍ଟ୍‌ର ୨୨ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଜୟଶଙ୍କର ଆଞ୍ଚଳିକ ସ୍ଥିରତା ଉପରେ ସର୍ବାଧିକ ଗୁରୁତ୍ବାରୋପ କରିବା ସହ ଚୀନ୍‌ର ଦାଦାଗିରିକୁ କୌଣସିମତେ ବରଦାସ୍ତ କରାଯିବନାହିଁ ବୋଲି ବାର୍ତ୍ତା ରଖିଛନ୍ତି। ପାକିସ୍ତାନରେ ସିପିଇସି (ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର୍‌)ରେ ବେଜିଂ ବିପୁଳ ଅର୍ଥ ବିନିଯୋଗ କରୁଛି। ତେବେ ଏହା ପିଓକେରେ ହେଉଥିବାରୁ ଭାରତ ଏହି ପ୍ରକଳ୍ପକୁ ବିରୋଧ କରୁଛି। ଜୟଶଙ୍କର କହିଛନ୍ତି, ଆଞ୍ଚଳିକ ବାଣିଜ୍ୟରେ ଉନ୍ନତି ଆଣିିବାପାଇଁ ଆମକୁ ଯୋଗାଯୋଗ ଏବଂ ଭିତ୍ତିଭୂମିର ଆବଶ୍ୟକତା ରହିଛି। ତେବେ ଏପରି ପଦକ୍ଷେପ ସବୁ ଦେଶର ସାର୍ବଭୌମତ୍ବ ଏବଂ ଭୌଗୋଳିକ ଅଖଣ୍ଡତାକୁ ସମ୍ମାନ ଦେଇ ହିଁ କରାଯିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe