ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ‘ଜୈସ-ଉଲ ହିନ୍ଦ୍’ ଆତଙ୍କବାଦୀ ସଂଗଠନ । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି ।

244

କନକ ବ୍ୟୁରୋ : ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଜୈସ ଉଲ ହିନ୍ଦ୍ ଆତଙ୍କବାଦୀ ସଂଗଠନ । ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ବିସ୍ପୋରଣ ପୂର୍ବରୁ ରେକି କରିଥିଲେ ଏହି ଆତଙ୍କୀ ସଂଗଠନ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲର ଟିମ ଘଟଣାସ୍ଥଳରେ ପହଂଚି ଯାଂଚ କରୁଛି ।

ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ଜୈସ-ଉଲ-ହିନ୍ଦ ସଂଗଠନର ହାତ । ବିସ୍ପୋରଣ ଘଟଣାରେ ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ ଏକ ଚାଟରୁ ବିସ୍ଫୋରଣ ପଛରେ ଜୈଶ-ଉଲ–ହିନ୍ଦର ହାତ ଥିବା ସମ୍ପର୍କରେ ଜଣାପଡ଼ିଛି । ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କି ସଂଗଠନର ସଦସ୍ୟ ରେକି କରିଥିଲେ ବୋଲି କୁହାଯାଉଛି । ଏପରିକି ବିସ୍ଫୋରଣ ସ୍ଥଳରେ ସିସିଟିଭି ଗୁଡ଼ିକ ବନ୍ଦ ଥିଲା ବୋଲି ସୂଚନା ମିଳିଛି ।

ମାମଲାର ଛାନଭିନ୍ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଘଟଣାସ୍ଥଳରେ ପହଂଚିଛି । ୬ରୁ ୭ଜଣ ବରିଷ୍ଠ ଅଧିକାରୀ ବିଜୟ ଚୌକ୍ ନିକଟରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏହାରି ଭିତରେ ଘଟଣାସ୍ଥଳରୁ ତଦନ୍ତକାରୀ ସଂସ୍ଥାକୁ ଏକ ଅଧା ପୋଡା କପଡା, ପଲିଥିନ ବ୍ୟାଗ ଓ ବ୍ୟାଟେରୀ ମିଳିଛି । ଏହାକୁ ଭିତି କରି ଆଗେଇ ଚାଳିଛି ତଦନ୍ତ । ସେହିପରି ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଓ ସ୍ପେଶାଲ ସେଲର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଂଚ କରୁଛି ।

ଏହାରି ଭିତରେ ମିଳିଥିବା ଏକ ଲଫାପା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଆଡ଼କୁ ଇସାରା କରୁଛି । କାରଣ ଚିଠିରେ ବିସ୍ଫୋରଣକୁ କେବଳ ଟ୍ରେଲର ବୋଲି କୁହାଯାଇଛି । ସେହିପରି ଚିଠିରେ ସୈନ୍ୟ କମାଣ୍ଡର ସୁଲେମାନୀ ଓ ପରମାଣୁ ବୈଜ୍ଞାନିକ ମହୋସିନ୍ ଫଖରଜାଦେଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି କୁହାଯାଇଛି ।

ସେପଟେ ବିସ୍ପୋରଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ । ଏହି ଘଟଣାକୁ ଏକ ଆତଙ୍କବାଦୀ ଷଡଯନ୍ତ୍ର ବୋଲି କହିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ରନ୍ ମଲକା ।

ଦିଲ୍ଲୀରେ ଥିବା ଇରାନ୍ ନାଗରିକଙ୍କ ବାବଦରେ ତଦନ୍ତକାରୀ ସଂସ୍ଥା ତଥ୍ୟ ଏକତ୍ରିତ କରୁଛନ୍ତି । ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିକଟବର୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରମାଣ ଯୋଗାଡ କରୁଛି । ଦିଲ୍ଳୀର ଏହି ହାଇପ୍ରୋଫାଇଲ ଅଂଚଳରେ ଏତେ ବଡ ଘଟଣା ଘଟିବା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।