ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନଏସଏ ଅଜିତ୍ ଡୋଭାଲ୍ ଙ୍କ ଉପରେ ଆକ୍ରମଣ କରିବା ପାଇଁ ଅଣ୍ଟା ଭିଡୁଛି ଜୈସ୍ ! ବିଦେଶୀ ଗୁଇନ୍ଦା ପକ୍ଷରୁ ମିଳିଲା ସୂଚନା ,ଟାର୍ଗେଟରେ ୩୦ ସହର ।

628

ଜମ୍ମୁ- କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାରା ୩୭୦ ହଟିବା ପରେ ଘାଟିରେ ଆତଙ୍କବାଦୀ ଗତିବିଧି ଉପରେ ରୋକ ଲଗାଇବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି । ତେବେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ପାକ୍ ଆତଙ୍କବାଦୀ । ଘାଟିର ସାମାନ୍ୟ ଅବସ୍ଥାରେ ଅଣନିଶ୍ୱାସୀ ହୋଇ ଜୈସ୍ –ଏ-ମହମ୍ମଦର ଆତଙ୍କବାଦୀମାନେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଆକ୍ରମଣକୁ ସମ୍ପୁର୍ଣ୍ଣ କରିବା ପାଇଁ ଜୈସ୍ ପକ୍ଷରୁ ବିଶେଷ ଆତଙ୍କବାଦୀଙ୍କୁ ଟ୍ରେନିଙ୍ଗ୍ ଦିଆଯାଉଛି । ଏକ ବିଦେଶୀ ଏଜେନ୍ସୀରୁ ମିଳିଥିବା ଗୁଇନ୍ଦା ଖବର ଅନୁସାରେ , ପାକ୍ ର ଗୁଇନ୍ଦା ଏଜେନ୍ସୀ ଆଇଏସଆଇର ଜଣେ ମେଜର୍ ଏହି ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଲଗାତାର ସାହାଯ୍ୟ କରୁଛନ୍ତି ।

ଟାର୍ଗେଟରେ ୩୦ ଟି ସହର :

ଗୁଇନ୍ଦା ଏଜେନ୍ସୀରୁ ମିଳିଥିବା ଖବର ଅନୁସାରେ , ଜୈସ୍ ଆତଙ୍କବାଦୀ ଜମ୍ମୁ , ଅମୃତସର ,ପଠାନକୋଟ୍ , ଜୟପୁର ,କାନପୁର , ଲକ୍ଷ୍ନୌ ଏବଂ ଦିଲ୍ଲୀ ସମେତ ୩୦ ସମ୍ବେଦନଶୀଳ ସହର ଉପରକୁ ଟାର୍ଗେଟ୍ ରେ ରଖିଛନ୍ତି । ଏହି ସବୁ ସ୍ଥାନରେ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନଏସଏ ଅଜିତ୍ ଡୋଭାଲ୍ ବି ଲଗାତାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଉରି ଆକ୍ରମଣ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ପୁଲୱାମା ଆକ୍ରମଣ ପରେ ଏୟାରଷ୍ଟ୍ରାଇକ୍ ର ରଣନୀତି କରିଥିବା ଏନଏସଏ ଅଜିତ୍ ଡୋଭାଲ୍ ଙ୍କୁ ଜୀବନରେ ମାରିବା ପାଇଁ ଆତଙ୍କବାଦୀ ଚେଷ୍ଟା ଚଲାଇଛନ୍ତି ।

ଭାରତରେ ଲଗାତାର ଆକ୍ରମଣର ଯୋଜନା କରୁଛି ଜୈସ୍ ଆତଙ୍କୀ ସଂଗଠନ :

କିଛି ମାସ ଭିତରେ ଭାରତୀୟ ସୁରକ୍ଷା ବଳ ଯେଭଳି ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଉଛନ୍ତି ଏହାକୁ ଦେଖି ଆତଙ୍କୀ ସଂଗଠନ ଏବେ ରକ୍ତ ଚାଉଳ ଚୋବାଉଛି । ଜୈସ୍ ଲଗାତାର ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ।