କନକ ବ୍ୟୁରୋ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ -ଏ-ମହମ୍ମଦ ମୁଖିଆ ମାସୁଦ ଅଜହର ଆହତ ସୂଚନା । ପାକିସ୍ତାନ ରାୱଲପିଣ୍ଡି ହସ୍ପିଟାଲ ବିସ୍ଫୋରଣରେ ମାସୁଦ ଆହତ ହୋଇଥିବା ଚର୍ଚ୍ଚା ହେଉଛି । ଏହି ହସ୍ପିଟାଲରେ ଦୀର୍ଘ ଦିନ ହେବ ମାସୁଦ ଚିକିତ୍ସିତ ହୋଇଆସୁଛି । ତେବେ ଗତ ରବିବାର ଅପରାହ୍ଣରେ ରାୱଲପିଣ୍ଡିସ୍ଥିତ ଆର୍ମି ହସ୍ପିଟାଲରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ପାକିସ୍ତାନ ସେନା ଓ ସରକାରଙ୍କ ପକ୍ଷରୁ ଏନେଇ କିଛି ପୁଷ୍ଟି କରାଯାଇନାହିଁ ।
/kanak/media/post_attachments/wp-content/uploads/2019/02/masood-azhar_650x400_61454921093-300x185.jpg)
କିନ୍ତୁ ଟୁଇଟର ପେଜରେ ଲଗାତର ଭାବେ ଲୋକ ବିସ୍ଫୋରଣ ସମୟର ଭିଡିଓ ପୋଷ୍ଟ କରୁଛନ୍ତି । ଆଉ ଏଥିରେ ମାସୁଦ ଅଜହର ଆହତ ହୋଇଥିବା ମଧ୍ୟ ଦାବି କରୁଛନ୍ତି । ପାକିସ୍ତାନ ବାଲାକୋଟରେ ଗତ ଫେବୃୟାରୀରେ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯିବା ସମୟରେ ମାସୁଦ ଅଜହର ରାୱଲପିଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ମଦ୍ୟ କହିଥିଲେ ଯେ ମାସୁଦ ଅସୁସ୍ଥ ଅଛି । ଏବଂ ସେ ଘରୁ ବାହାରକୁ ବାହାରିବା ସ୍ଥିତିରେ ନାହିଁ । ମାସୁଦକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ମଧ୍ୟ କୁହାଯାଉଥିଲା ।