୩୦୦୦ ପୃଷ୍ଠା ରାମଚରିତମାନସ ହାତରେ ଲେଖି ଚର୍ଚ୍ଚାରେ ଏହି ବ୍ୟକ୍ତି ! ଅଯୋଧ୍ୟାରେ ମନ୍ଦିର ହେଲେ କରିବେ ଦାନ

142

ରାଜସ୍ଥାନର ଶରଦ ମାଥୁର ନାମକ ଜଣେ କଳାକାର ତୈଳ ଚିତ୍ରରେ ରାମଚରିତମାନସ ମହାକାବ୍ୟ ରଚନା କରି ଏକ ବିରଳ ରେକର୍ଡ ତିଆରି କରିବା ସହିତ ତାଙ୍କର ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଥିବା ଶ୍ରଦ୍ଧାର ନିଦର୍ଶନ ଦେଇଛନ୍ତି। ନିଜର ନିଷ୍ଠାପର ସାଧନା ଓ ଅଧ୍ୟବସାୟ ବଳରେ ଏହା ସମ୍ଭବ ହୋଇପାରିଥିବା ଜଣାପଡ଼ିଛି । ଦୀର୍ଘ ୬ ବର୍ଷ ଧରି ଏକ ମନ ଏକ ପ୍ରାଣ ଓ ଏକ ଲୟରେ ସେ ଏହି ବୃହତ ରାମଚରିତମାନସ ମହାକାବ୍ୟ ରଚନା କରିପାରିଛନ୍ତି । ଏହି ପୁସ୍ତକରେ ୩୦୦୦ ପୃଷ୍ଠା ରହିଛି । ଏହାର ଓଜନ ୧୫୦ କିଲୋ ହେବ ବୋଲି ଜଣାପଡ଼ିଛି । ପୁସ୍ତକରେ ତୈଳ ଚିତ୍ର କରାଯାଇଛି ।

ଏହି ରାମଚରିତମାନସ ମହାକାବ୍ୟକୁ ଲେଖିଥିବା କଳାକାର ଶରଦ ମାଥୁର କହିଛନ୍ତି ଯେ ସେ ପ୍ରାୟ ୬ ବର୍ଷ ତଳେ ରାମଚରିତ ମାନସ ଲେଖିବା ଆରମ୍ଭ କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ, ସେ ଏହି ପୁସ୍ତକକୁ ସେଠାରେ ଦାନ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।