ଦୁଷ୍କର୍ମ ହୋଇଥିବା ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ତାରିଖ ଦେଉଥିଲା ପୋଲିସ୍ ! ଚାପରେ ଆସି ଜେଲରେ ହିଁ ନିଜ ଉପରେ କିରାସିନି ଢାଳି ଜୀଅନ୍ତା ଜଳିଗଲେ ପୀଡିତା ।

340

ରାଜଧାନୀ ଜୟପୁରରେ ରବିବାର ଏକ ହୃଦୟବିଦାରକ ଘଟଣା ଘଟିଛି । ଜଣେ ଦୁଷ୍କର୍ମ ପୀଡିତା ଉଚିତ୍ ନ୍ୟାୟ ନ ପାଇ ବୈଶାଳୀ ନଗର ଥାନାରେ ନିଜ ଉପରେ କିରାସିନି ଢାଳି ଆତ୍ମଦାହ କରିଛନ୍ତି । ଜୀବନ୍ତ ଦଗ୍ଧ ଅବସ୍ଥାରେ ତାଙ୍କୁ ସବାଇ ମାନସିଂହ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସଂଘର୍ଷ ସତ୍ତେ୍ୱ ସୋମବାର ସକାଳୁ ତାଙ୍କ ଜୀବନ ଚାଲିଯାଇଛି । ଦୁଷ୍କର୍ମକୁ ନେଇ ପୋଲିସ୍ ର ଖାମଖିଆଲପଣକୁ ବରଦାସ୍ତ ନ କରିପାରି ପୀଡିତା ଜେଲ୍ ଭିତରେ ନିଜକୁ କିରୋସିନି ଢାଳି ଆତ୍ମଦାହ କରିଥିଲେ ।

ସୂଚନା ଅନୁସାରେ , ଏକମାସ ତଳେ ପୀଡିତାଙ୍କ ଦୁଷ୍କର୍ମ ହୋଇଥିଲା , ଏନେଇ ପୀଡିତା ପୋଲିସ୍ ର ଦ୍ୱାରସ୍ତ ହୋଇଥିଲେ । ପୀଡିତାଙ୍କୁ ଥଣ୍ଡାପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଆଇବା ପରେ ତାଙ୍କର ଦୁଷ୍କର୍ମ କରାଯାଇଥିଲା । ଦୁଷ୍କର୍ମ ପରେ ଦୁର୍ବୃତ୍ତ ପୀଡିତାଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲା । ଏହାପରେ ଉକ୍ତ ଭିଡିଓକୁ ଭାଇରାଲ୍ କରିବାର ଧମକ ଦେଇ ଦୁର୍ବୃତ୍ତ ବାରମ୍ବାର ପୀଡିତାକୁ ଦୁଷ୍କର୍ମ କରିଆସୁଥିଲା । ଏହି ମାମଲାରେ ନ୍ୟାୟ ପାଇବା ପାଇଁ ପୀଡିତା ବାରମ୍ବାର ଥାନାର ଚକ୍କର କାଟୁଥିଲେ । କିନ୍ତୁ ପୋଲିସ୍ ବାବୁମାନେ ଅଭିଯୁକ୍ତକୁ ଖୋଜି ଉଚିତ୍ ଶାସ୍ତି ଦେବା ପରିବର୍ତ୍ତେ ପୀଡିତାଙ୍କୁ ତାରିଖ ପରେ ତାରିଖ ଦେଇ ପରେ ଆସିବାକୁ କହୁଥିଲେ ।

ପୀଡିତା ଜଣକ ବିବାହିତା ହୋଇଥିବାରୁ ରବିବାର ସେ ନିଜ ୧୫ ବର୍ଷୀୟ ପୁଅ ସଙ୍ଗେ ବୈଶାଳୀ ନଗର ଥାନାକୁ ଯାଇଥିଲେ । ଥାନାରେ ପହଂଚି ସେ ନିଜ ଦେହରେ କିରାସିନି ଢାଳି ହୋଇ ଆତ୍ମଦାହ କରିଥିଲେ । ପୋଲିସକର୍ମୀମାନେ ବହୁ କ୍ମୃରେ ନିଆଁ ଲିଭାଇ ପୀଡିତାଙ୍କୁ ତୁରନ୍ତ ହସ୍ପିଟାଲ୍ ନେଇଯାଇଥିଲେ । ୮୦ ପ୍ରତିଶତ ଜଳିଯାଇଥିବା ପୀଡିତା ଜଣକ କିଛି ଘଣ୍ଟା ଜୀବନ ସହ ସଂଗ୍ରାମ କରିବା ପରେ ସୋମବାର ଭୋର୍ ୪.୩୦ ସମୟରେ ମୃତ୍ୟୁବରଣ କରିଛନ୍ତି ।