ଠକେଇର ଶିକାର ହେଲେ ଜେଲର। ମହିଳା ଲଗାଇଲେ ୫୦ ଲକ୍ଷର ଚୁନା

484

କନକ ବ୍ୟୁରୋ: ଅନଲାଇନ ଠକେଇ ଏବଂ ହନିଟ୍ରାପ୍ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହି କାମ କରୁଥିବା ଅପରାଧୀ ପ୍ରତ୍ୟେକ ଦିନ କାହାକୁ ନା କାହାକୁ ଏହାର ଶିକାର କରିଚାଲିଛନ୍ତି । କେବେ ନିକଟରେ ଏମିତି ଏକ ଠକେଇର ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏଥର ଠକେଇର ଶିକାର ହୋଇଥିବା ବ୍ୟକ୍ତି ସାଧାରଣ ନୁହେଁ ବରଂ ଦିଲ୍ଲୀ ତିହାଡ ଜେଲର ଜେଲର ଦୀପକ ଶର୍ମା । ଜଣେ ମହିଳା ତାଙ୍କୁ ୫୦ ଲକ୍ଷର ଚୁନା ଲଗାଇଛନ୍ତି ।

ଦୀପକ ଶର୍ମାଙ୍କ ପରିଚୟ ଯେ କେବଳ ଜଣେ ଜେଲର ଅଧିକାରୀ ନୁହେଁ । ସେ ବଡି ବିଲ୍ଡିଂ ଏବଂ ଫିଟନେସକୁ ନେଇ ମଧ୍ୟ ବେଶ ପରିଚିତ । ଅନେକ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଦୀପକ ଶର୍ମା ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ବର୍ତ୍ତମାନ ହେଲଥ ପ୍ରଡକ୍ଟର ନାଁରେ ଜଣେ ପରିଚିତ ମହିଳା ତାଙ୍କୁ ନିଜ ଜାଲରେ ଫସାଇଥିଲା । ଏହଂ ନିଜ ସ୍ୱାୀ ସହ ମିଶି ଠକେଇ କରିଛି ।
ତିହାର ଜେଲର ଆସିଷ୍ଟାଣ୍ଡ ସୁପରିଟେଣ୍ଡଣ୍ଟ ଦୀପକ ଶର୍ମା ଏହି ମାମଲାରେ ଏଫଆଇର ରୁଜୁ କରିଥିଲେ । ଏଥିରେ ସେ କହିଛନ୍ତି ଯେ ଗୋଟିଏ ଚ୍ୟାନେଲକ ରିଆଲିଟି ସୋରେ ତାଙ୍କର ସାକ୍ଷାତ ଜଣେ ମହିଳାଙ୍କ ସହ ହୋଇଥିଲା । ସେହି ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ମିଶି ୫୧ ଲକ୍ଷ ଟଙ୍କାର ଠକେଇ କରିଛି ।

ଘଟଣା ବାବଦରେ ଜଣାପଡିବା ପରେ ଦୀପକ ମଧୁବିହାର ଥାନାରେ ମାମଲା ରୁଜୁ କରିଥିଲେ । ପୁଲିସ ମଧ୍ୟ ମାମଲାକୁ ଗ୍ରହଣ କରି ତଦନ୍ତ ଜାରିରଖିଛି । ଜେଲର ଦୀପକ ଶର୍ମା ୱେଷ୍ଟ ବିନୋଦ ନଗରରେ ରହୁଥିବା ବେଳେ ବଡି ବିଲ୍ଡିଂ ପାଇଁ ମଧ୍ୟ ବେଶ ପରିଚୟ ପାଇଛନ୍ତି ।