କନକ ବ୍ୟୁରୋ : ବାଜୁଛି ବାଜା, ଫୁଟୁଛି ବାଣ, ନାଚୁଛନ୍ତି ହଜାର ହଜାର ସିନେପ୍ରେମିକ । ସତେ ଯେମିତି କୈାଣସି ଏକ ବଡ଼ ଉତ୍ସବକୁ ଏମାନେ ପାଳୁଛନ୍ତି । ଡ଼ିଜେ ବଜାଇ ଗୀତ ଗାଇ ଖୁବ ଧୁମଧାମରେ ବିଭିନ୍ନ ପ୍ରେକ୍ଷାଳୟ ବାହାରେ ଦେଖିବାକୁ ମିଳିଛି ଉତ୍ସବ । ଏତେ ସବୁ ପ୍ରସ୍ତୁତି କେବଳ ଆଉ କେବଳ ଜଣଙ୍କ ପାଇଁ । ଦକ୍ଷିଣଭାରତୀୟ ସିନେମାର ଭଗବାନ ଭାବେ ଜଣାଶୁଣା ଥଲାଇବା ଅର୍ଥାତ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ବହୁ ପ୍ରତିକ୍ଷୀତ ସିନେମା’ଜେଲର’ଅଗଷ୍ଟ ୧୦ରେ ମୁକ୍ତିଲାଭ କରିଛି । ଆଉ ଏହି ଖୁସିରେ ରଜନୀକାନ୍ତଙ୍କ ପ୍ରଶଂସକ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଏହାକୁ ସେଲିବ୍ରେସନ କରିଛନ୍ତି ।

Advertisment

୨ ବର୍ଷ ପରେ ନିଜର ଥାଲାଇବା ‘ରଜନୀକାନ୍ତ’ଙ୍କ କମବ୍ୟାକ ହୋଇଛି । ତାମିଲନାଡ଼ୁ ତଥା କର୍ଣ୍ଣାଟକ ଆଦି ବହୁ ସ୍ଥାନରେ ସିନେମାଘର ଆଗରେ ରଜନୀକାନ୍ତଙ୍କ ବଡ଼ ଫଟୋ , ହୋଡ଼ିଂ, ବ୍ୟାନର ଲଗାଯାଇଛି । କିଛି ସ୍ଥାନରେ ରଜନୀକାନ୍ତଙ୍କୁ ପ୍ରଶଂସକ ପୂଜା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ସିନେମା ମୁକ୍ତିଲାଭ ହେବା ପୂର୍ବରୁ ସିନେମାଘର ଆଗରେ ଟିକେଟ ବୁକିଂର ଲାଗିଛି ଲମ୍ବା ଲାଇନ । ଦୁଇବର୍ଷ ପରେ ରଜନୀକାନ୍ତ ବଡ ପରଦାକୁ ଫେରିଛନ୍ତି ତେଣୁ ପ୍ରଂଶସକଙ୍କ ମଧ୍ୟରେ ବେଶ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି ।

‘ଜେଲର’ରେ ମୁଖ୍ୟ ଭୂମିକାରେ ରଜନୀକାନ୍ତ ନଜର ଆସିଥିବାବେଳେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ଜ୍ୟାକି ସ୍ରଫ, ସିବା ରାଜକୁମାର, ରମ୍ୟା କିଷ୍ଣନ ଆଦିଙ୍କୁ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଦମଦାର ଆକ୍ସନ, କମେଡ଼ି ସାଙ୍ଗକୁ ରହିଛି ରଜନୀକାନ୍ତଙ୍କ ଜବରଦସ୍ତ ଡ଼ାଇଲଗ । ନେଲସନ ଦୀଲିପ କୁମାର ସିନେମାଟିର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ସେହିପରି ପ୍ରଯୋଜନା ଭାର ସମ୍ଭାଳିଛନ୍ତି କଲାନିଥି ମାରନ ।

୨୦୦ କୋଟିର ବଜେଟରେ ପ୍ରସ୍ତୁତ ହୋଇଛି ସିନେମା ‘ଜେଲର’ । ସେପଟେ ସିନେ ସମୀକ୍ଷକ ଫିଲ୍ମର ପ୍ରଥମ ଦିନର ପ୍ରଥମ ପ୍ରତିକ୍ରିୟା ଦେଇ ଖୁବ ପ୍ରଂଶସା କରିଛନ୍ତି ।