ରାଞ୍ଚିରେ ଚିକିତ୍ସିତ ହେଉଥିବା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଲା । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ କରାଗଲା ସ୍ଥାନାନ୍ତରିତ ।

114

କନକ ବ୍ୟୁରୋ: ରାଞ୍ଚି ରେ ଚିକିତ୍ସିତ ହେଉଥିବା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛିି । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ଅନୁସାରେ ଲାଲୁଙ୍କ ଛାତିରେ ପାଣି ଜମିଛି । ନିଶ୍ୱାସ ପ୍ରଶ୍ୱାସରେ ସେ ସମସ୍ୟା ଭୋଗ କରୁଛନ୍ତି । ଗତକାଲି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ତାଙ୍କ ସ୍ତ୍ରୀ ରାବିଡ଼ ଦେବି ଝିଅ ମିଶା ଭାରତୀ ଲାଲୁଙ୍କୁ ରିମ୍ସ ମେଡ଼ିକାଲରେ ଦେଖାକରିଥିଲେ ।

ଚାରା ଘୋଟାଲା ମାମଲାରେ ଲାଲୁ ଯାଦବ ରାଞ୍ଚି ଜେଲରେ ଅଛନ୍ତି । ରାଞ୍ଚିି ମେଡ଼ିକାଲରେ ତାଙ୍କର ଲମ୍ବା ସମୟ ଧରି ଚିକିତ୍ସା ଜାରି ରହିଛି । ତେବେ ଲାଲୁଙ୍କ ସ୍ୱାସ୍ଥ୍ରବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ଲାଲୁଙ୍କ ଛାତିରେ ଯନ୍ତ୍ରଣା ହେବା କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲା ।