କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା । କନଷ୍ଟେବଳ ମହମ୍ମଦ ମୌସିମ ଗିରଫ । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିଲେ କନଷ୍ଟେବଳ ମୌସିମ ।
ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିବା ପରେ ଏବେ ଆକ୍ସନ ମୋଡରେ ପୋଲିସ । ଫେରାର ହେବା ଘଟଣାରେ କିଏ କିଏ ସାମିଲ ଥିଲେ ସେନେଇ ଜୋରଦାର ଦଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଦୁଇ ପୋଲିସ ଅଧକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/5-21.jpg)