ଏଣିକି ବାହାର ରନ୍ଧାଖାଦ୍ୟ ଜେଲ ମଧ୍ୟକୁ ପ୍ରବେଶ ଉପରେ ଲାଗିବ କଟକଣା । ଖାଇବା ଜେଲକୁ ନେବାକୁ ହେଲେ ଦରକାର ପଡିବ ଡାକ୍ତରୀ ପରାମର୍ଶ ଓ କୋର୍ଟଙ୍କ ଅନୁମତି

ଏଣିକି ବାହାର ରନ୍ଧାଖାଦ୍ୟ ଜେଲ ମଧ୍ୟକୁ ପ୍ରବେଶ ଉପରେ ଲାଗିବ କଟକଣା । ଖାଇବା ଜେଲକୁ ନେବାକୁ ହେଲେ ଦରକାର ପଡିବ ଡାକ୍ତରୀ ପରାମର୍ଶ ଓ କୋର୍ଟଙ୍କ ଅନୁମତି

କନକ ବ୍ୟୁରୋ : ରାଜ୍ୟରେ ଜେଲ୍‌ ଭିତରକୁ ଏଣିକି କୌଣସି ପ୍ରକାର ରନ୍ଧା ଖାଦ୍ୟ ବାହାରୁ ଯାଇପାରିବ ନାହିଁ। କେବଳ ଅସୁସ୍ଥ କିମ୍ବା ବୃଦ୍ଧ କଏଦୀଙ୍କ କ୍ଷେତ୍ରରେ ବାହାର ଖାଦ୍ୟ ନେଇ ବିଚାର କରାଯିବ। କିନ୍ତୁ ଏଥିପାଇଁ ଡାକ୍ତରୀ ପରାମର୍ଶ ଏବ˚ କୋର୍ଟଙ୍କ ଅନୁମତି ନିହାତି ଜରୁରୀ। ନିର୍ଦ୍ଦେଶ ମୁତାବକ ଏହି ଦୁଇଟି ବର୍ଗର କଏଦୀଙ୍କୁ ରନ୍ଧା ଖାଦ୍ୟ ସମ୍ପର୍କୀୟ କିମ୍ବା ପରିବାର ଲୋକ ଯୋଗାଇ ପାରିବେ। କେବଳ ଜଣେ ଲୋକ ଖାଇଲା ଭଳି ଖାଦ୍ୟ ପଠାଯାଇପାରିବ। ଜେଲ୍‌ରେ କଏଦୀ ବାହାରୁ ବିରିଆନି, ମଟନ ଭଳି ସ୍ବାଦିଷ୍ଟ ଖାଦ୍ୟ ମଗାଇ ଖାଇବା ସହିତ ସେଲଫି ଉଠାଇ ଭାଇରାଲ୍‌ କରିବା ଏବ˚ ପୁଲିସ ହାତରେ ଏସବୁ ଜବତ ହେବା ଘଟଣା ଦୃଷ୍ଟିକୁ ଆସିବା ପରେ କାରାଗାର ବିଭାଗ ଏଭଳି କଠୋର ନିଷ୍ପତ୍ତି ଗ୍ରହଣ କରିଛି।

publive-imageଏବେ ରାଜ୍ୟରେ ମୋଟ ୮୬ଟି ଜେଲ୍‌ରେ ୧୫ ହଜାର ୯୬୫ ବନ୍ଦୀଙ୍କ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କ ସ˚ଖ୍ୟା ୩୩୮୧। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ବାହାରୁ ପଠାଯାଉଥିବା ଖାଦ୍ୟଦ୍ରବ୍ୟ ଉପରେ କଟାକଣା ଜାରି କରିଛି କାରାଗାର ବିଭାଗ। କଏଦୀଙ୍କ ପାଇଁ ଜେଲ୍‌ ପରିସରରେ ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଜେଲ୍‌ ମାନୁଆଲ୍‌ ଅନୁଯାୟୀ, ଜଣେ କଏଦୀ ଜେଲ୍‌ ଅଧୀକ୍ଷକ କିମ୍ବା କୋର୍ଟଙ୍କ ଅନୁମତି ମାଧ୍ୟମରେ ଜେଲ୍‌ ଭିତରକୁ ପରିବାର କିମ୍ବା ସମ୍ପର୍କୀୟଙ୍କ ମାଧ୍ୟମରେ ବାହାରର ରନ୍ଧାଖାଦ୍ୟ ଆଣି ପାରିବ। କିନ୍ତୁ ଏ ପ୍ରକାର ନିୟମ ଆଦୌ ଜେଲ୍‌ କର୍ତ୍ତୃପକ୍ଷ ପାଳନ କରୁ ନଥିବା ଅଭିଯୋଗ ହେଉଥିଲା।

ମନ ଇଚ୍ଛା ବାହାର ଖାଦ୍ୟ ଜେଲ୍‌ ଭିତରକୁ ଅପରାଧୀଙ୍କୁ ଯୋଗାଇ ଦିଆଯାଉଥିଲା। ନିୟମ ଅନୁଯାୟୀ, କଏଦୀଙ୍କ ପରିବାର କିମ୍ବା ସମ୍ପର୍କୀୟ କେବଳ ଜେଲ୍‌ ଭିତରକୁ କଏଦୀଙ୍କ ପାଇଁ ଶୁଖିଲା ଖାଦ୍ୟ ଏବ˚ ଫଳ ପଠାଇପାରିବେ। ଯଦି କେହି କଏଦୀ ଅସୁସ୍ଥ ଥାନ୍ତି କିମ୍ବା ବାର୍ଦ୍ଧକଜନିତ ରୋଗରେ ପୀଡ଼ିତ ଥାନ୍ତି ତେବେ ସେମାନଙ୍କ କ୍ଷେତ୍ରରେ ପୃଥକ ଭାବେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ନିର୍ଦ୍ଦିଷ୍ଟ ଭାବେ ସମ୍ପୃକ୍ତ କଏଦୀ କେଉଁ ପ୍ରକାର ରନ୍ଧାଖାଦ୍ୟ ଖାଇବେ, ସେ ସମ୍ପର୍କରେ ଡାକ୍ତର ଲେଖିଦେଲେ କୋର୍ଟ କିମ୍ବା ଜେଲ୍‌ ଅଧୀକ୍ଷକ ଅନୁମତି ଦେବେ। ଜେଲ୍‌ ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଏଭଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe