ବଲିଉଡ଼ ଟାଇଗର ଗଲେ ଜେଲ । କୃଷ୍ଣକାୟ ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ସଲମାନଙ୍କୁ ଦୋଷୀ ବୋଲି ଘୋଷଣା କରାଯିବା ପରେ ତାଙ୍କୁ ଜେଲ ପଠାଯାଇଛି । କିନ୍ତୁ ସୈଫ,ତବୁ,ନୀଲମ ଏବଂ ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କରାଯାଇଛି । ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୫ ବର୍ଷ ଜେଲ ଦଣ୍ଡ ହୋଇଛି । ଏହା ପୂର୍ବରୁ ମଧ୍ୟ ସଲଏମାନ ୨ ଥର ଜେଲ ସଜା କାଟି ସାରିଛନ୍ତି । ଏହି ମାମଲାରେ ପୂର୍ବରୁ ସଲମାନ ୨୦୦୬ରେ ମଧ୍ୟ ଯୋଧପୁର ଜେଲରେ ରହିଥିଲେ ଏବଂ ସେଠାରୁ ଆସିବା ପରେ ଏକ ଇଂଟରଭ୍ୟୁ ମାଧ୍ୟମରେ ସେଠାରେ ହୋଇଥିବା ସମସ୍ତ ଘଟଣା ବିଷୟରେ ସୂଚନା ଦେଇଥିଲେ ।
/kanak/media/post_attachments/wp-content/uploads/2018/04/salman_2_1-300x168.jpeg) ଜେଲର ଅନୁଭୂତି ନେଇ ସଲମାନ କହିଥିଲେ ଯେ, ସେଠାରେ ତାଙ୍କୁ କେବଳ ବାଥରୁମର ସମସ୍ୟା ହେଉଥିଲା । ଏହା ବ୍ୟତୀତ ମଶାକୁ ନେଇ ମଧ୍ୟ ଦବଙ୍ଗ ଖାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସେ ବ୍ୟବହାର କରୁଥିବା ଟଏଲେଟ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିଲା । ୯ ରୁ ୧୨ଜଣ ଲୋକଙ୍କ ପାଇଁ ଗୋଟିଏ ଟଏଲେଟ ଏବଂ ଗୋଟିଏ ବାଥରୁମର ବ୍ୟବସ୍ଥା ଥିଲା ।
ଜେଲର ଅନୁଭୂତି ନେଇ ସଲମାନ କହିଥିଲେ ଯେ, ସେଠାରେ ତାଙ୍କୁ କେବଳ ବାଥରୁମର ସମସ୍ୟା ହେଉଥିଲା । ଏହା ବ୍ୟତୀତ ମଶାକୁ ନେଇ ମଧ୍ୟ ଦବଙ୍ଗ ଖାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସେ ବ୍ୟବହାର କରୁଥିବା ଟଏଲେଟ ଭଙ୍ଗାରୁଜା ଅବସ୍ଥାରେ ପଡ଼ି ରହିଥିଲା । ୯ ରୁ ୧୨ଜଣ ଲୋକଙ୍କ ପାଇଁ ଗୋଟିଏ ଟଏଲେଟ ଏବଂ ଗୋଟିଏ ବାଥରୁମର ବ୍ୟବସ୍ଥା ଥିଲା ।
ସକାଳ ସମୟରେ ମଗରେ ଚା ମିଳୁଥିଲା । ଚା ପିଇବା ପରେ କପକୁ ନିଜେ ଧୋଇବାକୁ ପଡୁଥିଲା । ଏହା ବ୍ୟତୀତ ଏକ ସପ୍ତାହରେ ନିଜ ପରିବାର ସଦସ୍ୟଙ୍କୁ ଥରେ ମାତ୍ର ଦେଖା କରିବାର ସୁଯୋଗ ଦିଆଯାଉଥିଲା । କେବଳ ସେତିକି ନୁହେଁ ଜେଲ ମଧ୍ୟକୁ ବାହାରର ଖାଦ୍ୟ ଯିବାକୁ ଅନୁମତି ଦିଆଯାଉନଥିଲା । ସଲମାନ ସେଠାର ଜିମରେ ବ୍ୟାୟମ କରୁଥିବା କଥା ମଧ୍ୟ ମିଡିଆ ସାମ୍ନାରେ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/salman-khan-black-buck-poaching-case980ab-1458290214_1100x513.jpg)