କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସମ୍ବଲପୁର ଜେଲ ଡିଆଇଜି କଣ୍ଟାବାଞ୍ଝି ଗସ୍ତରେ ଯାଇଛନ୍ତି । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି ତାର ତଦନ୍ତ କରିବେ ଡିଆଇଜି । ଡିଆଇଜି ଅନସୂୟା ଜେନା କହିଛନ୍ତି ବିଭିନ୍ନ ଦିଗରୁ ମୃତ୍ୟୁର ହେବ ତଦନ୍ତ । କାର୍ଯ୍ୟରେ ଅବହେଳା, କିମ୍ବା ତୃଟି ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଜେଲ କର୍ମଚାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଘଟଣାର ୨୪ ଘଣ୍ଟାରେ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରାଯିବ ।
ଆଜି ମମିତା ମୃତ୍ୟୁ ମାମଲାରେ ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ ଅଭିଯୁକ୍ତ ଗୋବିନ୍ଦ ସାହୁ । ତେବେ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଥିଲେ । ଜେଲ ଭିତରେ ପ୍ରଥମେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/vlcsnap-2022-12-20-13h27m03s843.jpg)