କନକ ବ୍ୟୁରୋ : ରାଜନୀତିରେ ଜୟ ଶ୍ରୀରାମ କାହାଣୀ । ଯେତେବେଳେ ୮୦ ଦଶକରେ ଟେଲିଭିଜନରେ ଧାରାବାହିକ ରାମାୟଣ ପ୍ରଦର୍ଶିତ ହେଲା, ଲୋକଙ୍କ ମୁହଁରେ ଜୟ ଶ୍ରୀରାମ ନାରା ଲୋକପ୍ରିୟ ହେଲା । ଲୋକେ ପରସ୍ପରକୁ ଜୟ ଶ୍ରୀରାମ କହି ସମ୍ବୋଧନ କରିବାକୁ ଲାଗିଲେ । ଧିରେ ଧିରେ ରାଜନୀତିରେ ବି ପ୍ରମୁଖ ଭୂମିକା ନିର୍ବାହ କଲା ଜୟ ଶ୍ରୀରାମ ନାରା । ଏହି ଜୟ ଶ୍ରୀରାମ ନାରା ଭାରତୀୟ ରାଜନୀତିରେ ମୋଡ ବଦଳାଇଦେଲା ।

Advertisment

ଜୟ ଶ୍ରୀରାମ ନାରା ଦେଇ ୨ଟି ସିଟରୁ ସଂସଦରେ ବହୁମତ ଆଣିଥିଲା ବିଜେପି । ଅଟଳ ବିହାରୀ ବାଜପୈୟୀ ଓ ଲାଲକୃଷ୍ଣ ଆଡଭାଣୀଙ୍କ ଭଳି ବରିଷ୍ଠ ବିଜେପି ନେତା ଜୟ ଶ୍ରୀରାମ ନାରାକୁ ଘରେ ଘରେ ପହଁଚାଇଲେ । ଶ୍ରୀରାମ ନାରା କେବଳ ଭକ୍ତଙ୍କ ଭିତରେ ସୀମିତ ନରହି ରାଜନୀତିରେ ପ୍ରମୁଖ ଅଙ୍ଗ ପାଲଟିଲା । ବିଜେପିର ପରିଚୟ ଜୟ ଶ୍ରୀରାମ ସହ ଯୋଡି ହୋଇଗଲା ।

ରାଜନୀତିରେ ରାମ

- ୧୯୯୦-୯୨ରେ ରାମ ମନ୍ଦିରକୁ ନେଇ ଜୋରଦାର ହୋଇଥିଲା ପ୍ରଚାର ପ୍ରସାର
- ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ‘ଜୟ ଶ୍ରୀରାମ’ ନାରା ଦେଇ ଆଗେଇ ଯାଇଥିଲେ ଜନତା
- ବିଜେପିର ଏଜେଣ୍ଡାରେ ସାମିଲ ହୋଇଥିଲା ‘ଜୟ ଶ୍ରୀରାମ’ ନାରା
- ବିଜେପି ଓ ଶିବସେନା ‘ଜୟ ଶ୍ରୀରାମ’ ନାରା ଦେଇ ରାଜନୀତିରେ ପତିଆରା ବୃଦ୍ଧି କଲେ
- ‘ଜୟ ଶ୍ରୀରାମ’ ନାରା ବିଜେପିକୁ ୨ଟି ସିଟ୍ରୁ ୧୯୯୬ରେ ୧୬୧ ସିଟ୍ରେ ପହଁଚାଇଥିଲା
- ୨୦୧୪ରେ ବି ‘ଜୟ ଶ୍ରୀରାମ’ ନାରା ଦେଇ ମୋଦୀ ଲୋକପ୍ରିୟ ହୋଇଥିଲେ
- କେବଳ ‘ଜୟ ଶ୍ରୀରାମ’ ସକରାତ୍ମକ ନାରାରେ ବ୍ୟବହାର ହୋଇନାହିଁ
- ଅଭିଯୋଗ ହୋଇଛି ମୁସଲିମଙ୍କୁ ‘ଜୟ ଶ୍ରୀରାମ’ନାରା କହିବା ବିବାଦ ସୃଷ୍ଟି କରିଥିଲା
- ମୁସଲିମଙ୍କୁ ‘ଜୟ ଶ୍ରୀରାମ’ କହିବାକୁ କହି ଭିଡତନ୍ତ୍ରର ଶୀକାର ହୋଇଥିଲେ ନେତା
- ପଶ୍ଚିମବଙ୍ଗରେ ବିଜେପିର ‘ଜୟ ଶ୍ରୀରାମ’ ନାରା ମମତାଙ୍କୁ ଅତିଷ୍ଟ କରିଥିଲା
- ଏମିତି କି ‘ଜୟ ଶ୍ରୀରାମ’ ନାରା ଦେଇ ଅନେକ ଗିରଫ ହୋଇଥିଲେ