କନକ ବ୍ୟୁରୋ : ଆମେରିକାରେ ଜୟ ଶ୍ରୀରାମ ନାରା । ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ସପ୍ତାହେ । ଏହାପୂର୍ବରୁ ସାରା ବିଶ୍ୱରେ ଭାରତୀୟମାନେ ଏହି ଐତିହାସିକ ଘଟଣାକୁ ବିଭିନ୍ନ ଉପାୟରେ ପାଳନ କରିବା ଆରମ୍ଭ କରିଛନ୍ତି । ଆମେରିକାର ଭାରତୀୟମାନେ ଶନିବାର ନ୍ୟୁଜର୍ସିର ଏଡିସନରେ ଏକ ବିଶାଲ କାର ରାଲିର ଆୟୋଜନ କରିଥିଲେ ।
ଏହି ରାଲିରେ ପ୍ରାୟ ୩୫୦ଟି କାର ସାମିଲ ହୋଇଥିଲା । ଏବଂ ଏହି କାର୍ଯ୍ୟକ୍ରମର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହିନ୍ଦୁ ସଂପ୍ରଦାୟବାସୀ ହାତରେ ପ୍ରଭୁ ରାମଚନ୍ଦ୍ରଙ୍କ ଫଟୋ ଥିବା ପତାକା ଧରିବା ସହ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଛି । ସେହିପରି ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଆମେରିକାର ମେରିଲ୍ୟାଣ୍ଡରେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ ଟେସଲା ମ୍ୟୁଜିକାଲ ଲାଇଟ ସୋ’ର ଆୟୋଜନ କରିଛନ୍ତି । ଏହି ଲାଇଟ ସୋ’ରେ ୧୫୦ରୁ ଅଧିକ ଟେସଲା କାର ସାମିଲ ହୋଇଥିଲା । ସେହିପରି ୱାଶିଂଟନ, ଭର୍ଜିନିଆ ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବାସୀ ଭାରତୀୟ ଜୟ ଶ୍ରୀରାମ ନାରା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/5-18.jpg)