ଅପମକମିଂ ଫିଲ୍ମ ଆଦିପୁରୁଷର ପ୍ରଥମ ଗୀତ ରିଲିଜ । ଜୟ ଶ୍ରୀରାମ ଗୀତରେ ଶୁଣିବାକୁ ମିଳିଛି ଅଜୟ ଅତୁଳଙ୍କ ସ୍ୱର

380

କନକ ବ୍ୟୁରୋ : ଅପକମିଙ୍ଗ ଚର୍ଚ୍ଚିତ ଫିଲ୍ମ ‘ ଆଦିପୁରୁଷ’ର ଚମତ୍କାର ଟ୍ରେଲର ପରେ ଫ୍ୟାନ୍ସଙ୍କ ନଜର ଏହାର ଗୀତ ଉପରେ ରହିଥିଲା । ଯାହାର ଅପେକ୍ଷାର ଅନ୍ତ ଘଟିଛି । ତେବେ ସାମ୍ନାକୁ ଆସିଛି ‘ଆଦିପୁରୁଷ’ର ପ୍ରଥମ ଗୀତ । ଯାହାକୁ ଦେଖିଲେ ଲୋମଟାଙ୍କୁରୀ ଉଠିବ ନିଶ୍ଚୟ । ଅଭିନେତା ଅଭିନେତ୍ରୀଙ୍କ ଜୀବନ୍ତ ଅଭିନୟ ଫିଲ୍ମର ପ୍ରଥମ ଗୀତ ‘ଜୟ ଶ୍ରୀ ରାମ’ରେ ଦେଖିବାକୁ ମିଳିଛି ।

ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଓ ମାତା ସୀତାଙ୍କ ସଂଘର୍ଷ କାହାଣୀକୁ ନେଇ ପ୍ରସ୍ତୁତ ଅପକମିଙ୍ଗ ଫିଲ୍ମ ‘‘ଆଦିପୁରୁଷ’ର ପ୍ରଥମ ଗୀତ ରିଲିଜ ହୋଇଛି । ସୁପରଷ୍ଟାର ପ୍ରଭାସ, କ୍ରୀତି ସାନନ ଓ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଏହି ଫିଲ୍ମର ପ୍ରଥମ ଗୀତ ଦେଖି ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଏହାର ଟ୍ରେଲର ଏତେ ସୁନ୍ଦର ହୋଇଥିଲା ଯେ ଫିଲ୍ମର ଗୀତକୁ ଅପେକ୍ଷା କରିଥିଲେ ଫ୍ୟାନ୍ସ । ତେବେ ଗୀତର ଟାଇଟଲ ରହିଛି ‘ଜୟ ଶ୍ରୀ ରାମ’ । ଏହାର ଲିରିକ୍ସ ଓ ଦୃଶ୍ୟ ଦେଖିବା ପରେ ଫ୍ୟାନ୍ସ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଓମ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । ମନୋଜ ମୁନ୍ତାଶିର ଶୁକ୍ଳା ଗୀତଟିକୁ ଲେଖିଥିବାବେଳେ ଅଜୟ-ଅତୁଲ ଏଥିରେ କଣ୍ଠଦାନ କରିଛନ୍ତି । ମନମୋହି ନେଉଛି ଗୀତର ଦୃଶ୍ୟ । ଯେଉଁଥିରେ ପ୍ରଭାସ ଶ୍ରୀରାମଙ୍କ ଭୂମିକାରେ ଖୁବ ସୁନ୍ଦର ଦିଶୁଛନ୍ତି । ସେହିପରି କ୍ରୀତି ସାନନ ମାତା ଜାନକୀଙ୍କ ଭୂମିକାରେ ନିଜ ସୁନ୍ଦରତାରେ ଦର୍ଶକଙ୍କ ମନ କିଣିଛନ୍ତି । ଗୀତଟି ରିଲିଜ ପରେ ଫ୍ୟାନ୍ସ ଏହାକୁ ନେଇ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସନ୍ତା ଜୁନ ମାସ ୧୬ ତାରିଖରେ ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ ହେବ ଆଧ୍ୟାତ୍ମିକ ଫିଲ୍ମ ‘ ଆଦିପୁରୁଷ’ ।