‘ଜୟ ଭୀମ’ ସିନେମାକୁ ନେଇ ଥମୁନାହିଁ ବିବାଦ । ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କୁ ଆକମ୍ରଣ ଧମକ, ବଢିଲା ସୁରକ୍ଷା

540

କନକ ବ୍ୟୁରୋ : ସାଉଥ ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କ ‘ଜୟଭୀମ’ ସିନେମାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଚେନ୍ନାଇ ଟି.ନଗରରେ ଥିବା ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ମୁଖ୍ୟତ ବାନିଅର ସମୁଦାୟ ଏହି ସିନେମାକୁ ନେଇ ବେସ୍ ନାରାଜ ରହିଛି । ବାନିଅର ସମୁଦାୟ ଅଭିଯୋଗ କରିଛି କି ଏହି ସିନେମା ମାଧ୍ୟମରେ ତାଙ୍କର ଛବିକୁ ମଳିନ କରାଯିବାକୁ ଚେଷ୍ଟା କରାଯାଇଛି ।

ଏନେଇ ବାରମ୍ବାର ସୂର୍ଯ୍ୟା ଶିବକୁମାରଙ୍କୁ ଧମକ ମିଳିବା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ଚେନ୍ନାଇ ପୋଲିସ । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପଟ୍ଟୁଲୀ, ମକ୍କଲ କାଚୀ ପାର୍ଟିର ମୟିଲାଡୁତୁରୈ ଜିଲ୍ଲା ସଂପାଦକ ପନ୍ନିରସେଲଭମ୍ ଘୋଷଣା କରିଥିଲେ କି ଯିଏ ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କ ଉପରେ ଆକ୍ରମଣ କରିବ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । କେବଳ ସେତିକି ନୁହେଁ ପନ୍ନିର ସେଲଭମ୍ ପୋଲିସ ସହିତ ଯୋଗା ଯୋଗ କରି ଦାବି କରିଥିଲେ ଯେ ଅଭିନେତା ସୂର୍ଯ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଅନ୍ୟପଟେ ନଭେମ୍ବର ୧୪ ତାରିଖ ଦିନ ଏହି ଦଳର କର୍ମକର୍ତ୍ତାମାନେ ମୟିଲାଡୁତୁରୈ ସିନେମା ଘର ଉପରେ ଆକ୍ରମଣ କରିଥିଲେ ଓ ମ୍ୟାନେଜରଙ୍କୁ ଜବରଦସ୍ତ ସିନେମାର ସ୍କ୍ରିନିଂ ବନ୍ଦ କରିବାକୁ ଧମକ ଦେଇଥିଲେ । ଏହା ବ୍ୟତୀୟ ଏହି ସମୁଦାୟ ଜୟଭୀମ ସିନେମାର ପ୍ରଯୋଜକ ଓ ଅଭିନେତା ସୂର୍ଯ୍ୟାଙ୍କ ବିରୋଧରେ ଆଇନଗତ ନୋଟିସ ବି ପଠାଇଛନ୍ତି ।

ସିନେମାରେ ଅଭିନେତା ତାମିଜ ସବ ଇନସ୍ପେକ୍ଟର ଗୁରୁମୂର୍ତ୍ତିଙ୍କ ଭୂମିକା ନିର୍ବାହ କରିଛନ୍ତି । ସିନେମାର ଏକ ସିନରେ ଗୁରୁମୂର୍ତ୍ତି ମଦ୍ୟପାନ କରୁଛନ୍ତି ଓ ତାଙ୍କ ପଛପଟେ ଥିବା କାନ୍ଥରେ ସାଂପ୍ରଦାୟିକ ଚିହ୍ନ ଦେଖିବାକୁ ମିଳୁଛି । ଯାହାକୁ ନେଇ ବାନିଅର ସମୁଦାୟ ଅଭିଯୋଗ କରିଛି । ସମୁଦାୟ କହିଛି କି ଏହି ନାଗରିକ ଓ କ୍ରିମିନାଲ ଦୁଇଟିଯାକ ଅପରାଧିକ ଶ୍ରେଣୀ ଅର୍ନ୍ତଭୂକ୍ତ ।