ମାମୁଁଘରକୁ ଆସି ୨ ବର୍ଷ ଶିଶୁପୁତ୍ରର ମିଳୁନି ପତ୍ତା : ପରିବାର ଆଣିଲେ ଅପହରଣ ଅଭିଯୋଗ

Advertisment
ମାମୁଁଘରକୁ ଆସି ୨ ବର୍ଷ ଶିଶୁପୁତ୍ରର ମିଳୁନି ପତ୍ତା : ପରିବାର ଆଣିଲେ ଅପହରଣ ଅଭିଯୋଗ

କନକ ବ୍ୟୁରୋ : ମାମୁଁଘରକୁ ବୁଲିବାକୁ ଆସି ଦୁଇବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଞ୍ଚାୟତର ଶଙ୍କରପୁର ଗାଁରୁ । ଗାଁକୁ ନିକଟସ୍ଥ ମଙ୍ଗଳପୁରରୁ କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଞ୍ଜନ ନିଜ ମାଙ୍କ ସହିତ ମାମୁଁଘର ଶଙ୍କରପୁରକୁ ଆସିଥିଲେ । ଆଉ ରବିବାରଦିନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଛନ୍ତି । ପୁଅକୁ ଖୋଜାଖୋଜି ପରେ ନପାଇବାରୁ ଘର ଲୋକେ ନିକଟସ୍ଥ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି । ପୁଲିସ ନିକଟସ୍ଥ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe