ମାମୁଁଘରକୁ ଆସି ୨ ବର୍ଷ ଶିଶୁପୁତ୍ରର ମିଳୁନି ପତ୍ତା : ପରିବାର ଆଣିଲେ ଅପହରଣ ଅଭିଯୋଗ

ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଯାଞ୍ଚ କରୁଛି ପୋଲିସ; ରବିବାର ଦିନ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି ଶିଶୁ

65

କନକ ବ୍ୟୁରୋ : ମାମୁଁଘରକୁ ବୁଲିବାକୁ ଆସି ଦୁଇବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଞ୍ଚାୟତର ଶଙ୍କରପୁର ଗାଁରୁ । ଗାଁକୁ ନିକଟସ୍ଥ ମଙ୍ଗଳପୁରରୁ କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଞ୍ଜନ ନିଜ ମାଙ୍କ ସହିତ ମାମୁଁଘର ଶଙ୍କରପୁରକୁ ଆସିଥିଲେ । ଆଉ ରବିବାରଦିନ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଛନ୍ତି । ପୁଅକୁ ଖୋଜାଖୋଜି ପରେ ନପାଇବାରୁ ଘର ଲୋକେ ନିକଟସ୍ଥ ଥାନାରେ ଅପହରଣ ନେଇ ଅଭିଯୋଗ କରିଛନ୍ତି । ପୁଲିସ ନିକଟସ୍ଥ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ।