କରୋନାରେ ଗଞ୍ଜାମରେ ଗଡ଼ି ଚାଲିଛି ମୁଣ୍ଡ: ଧରାକୋଟରେ ୨ ଦିନ ଭିତରେ ୩ ମୃତ, ବ୍ଲକ ଉପାଧ୍ୟକ୍ଷଙ୍କ ସହ ୩ ଜଣଙ୍କର କରୋନାଜନିତ ମୃତ୍ୟୁ; ପଞ୍ଚାୟତକୁ ୬ ଦିନ ପାଇଁ କଂଟେନମେଂଟ ଘୋଷଣା କଲେ ସରପଞ୍ଚ

394

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ଗାଁରେ ଦୁଇ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ । କରୋନାରେ ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଉପାଧ୍ୟକ୍ଷଙ୍କ ସମେତ କରୋନା ମହାମାରୀରେ ୩ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ତେବେ ପରିସ୍ଥିତିକୁ ନଜରରେ ରଖି ୬ ଦିନ ପାଇଁ ଜାହାଡା ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ ।

ଗଂଜାମ ଜିଲ୍ଲାରେ କରୋନାର ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । କରୋନାରେ ଗଞ୍ଜାମରେ ଗଡ଼ି ଚାଲିଛି ମୁଣ୍ଡ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧିପାରିବାରେ ଲାଗିଛି । ଗତ ୨ ଦିନ ମଧ୍ୟରେ ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ଗାଁରେ ବ୍ଲକ୍ ଉପାଧ୍ୟକ୍ଷଙ୍କ ସମେତ ୩ ଜଣଙ୍କ ଜୀବନ କରୋନା ମହାମାରୀରେ ଚାଲିଯାଇଥିବା ନେଇ ଜଣାପଡିଛି । ତେବେ ବଡ କଥା ହେଉଛି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫ରେ ପହଞ୍ଚିଥିବା ବେଳେ ୯ ଜଣଙ୍କ ଜୀବନ ଗଲାଣି  । ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଥିବାରୁ ବ୍ରହ୍ମପୁର ସହରକୁ  ଆଜିଠୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ।