ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଲେ ଜାଗୃତି । କହିଲେ, ବର୍ଷା-ଅନୁଭବଙ୍କ ମଧ୍ୟରେ ବିବାଦ ତାଙ୍କ ବ୍ୟକ୍ତିଗତ, ସେହି ବିବାଦକୁ ମୋ ନାଁ କାହିଁକି ଟଣାଯାଉଛି?

2,534

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା । ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଲେଖିଛନ୍ତି ଜାଗୃତି । ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି ଜାଗୃତି । ଏହା ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦ ତା ଭିତରକୁ ତାଙ୍କ ନାଁ ଟଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନ ହେଲା ଆଶାଳୀନ ଓ ଆପତ୍ତିଜନକ ଟ୍ରୋଲ କରାଯାଉଛି  । ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଉଛି । ମତେ ଟ୍ରୋଲ କରୁଥିବା ଲୋକ ବର୍ଷାଙ୍କ ପ୍ରସଂଶକ । ମୁଁ ଜାଣିପାରୁନି ଏମାନଙ୍କ ପଛରେ କିଏ ଅଛି । ମୁଁ ବର୍ତ୍ତମାନ ପୋଲିସରେ ଅଭିଯୋଗ କରିବି । ଏହା ଦ୍ୱାରା ଏହା ପଛରେ କିଏ ଅଛି ଜଣପଡିବ । କେହି ଟଙ୍କା ଦେଇ ଏଭଳି କରାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହାସହ ପ୍ରକାଶ ଜାଭଡେକର ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସେ ଏହି ମାମଲାର ଅନୁସନ୍ଧାନ କରିବାକୁ ଅନୁରୋଧ କରିଛନ୍ତି । କିଛିଦିନ ତଳେ ବର୍ଷା ଓ ଜାଗୃତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ ଟ୍ରୋଲ ହୋଇଥିଲା ।