ନୂଆ ବିବାଦର ସୂତ୍ରପାତ କଲା ଜାଗ୍ରତି ଶୁକ୍ଲାଙ୍କ ପୋଷ୍ଟ । ଫେସବୁକ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ବର୍ଷା । 

396

କନକ ବ୍ୟୁରୋ : ଲୋକସଭା ଟିଭିର ଉପସ୍ଥାପିକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ ଏକ ନୂଆ ବିବାଦର ସୂତ୍ରପାତ କରିଛି । ଅନୁଭବଙ୍କ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକ୍ ପୋଷ୍ଟ ପରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି ବର୍ଷା । କିନ୍ତୁ ତାଙ୍କ ପକ୍ଷର ପ୍ରତିକ୍ରିୟା ଜାଣିବା ପାଇଁ ଆମେ କଥା ହୋଇଥିଲୁ ତାଙ୍କ ଓକିଲଙ୍କ ସହ ।

ଜାଗ୍ରତି ଶୁକ୍ଳା ହେଉଛନ୍ତି ଦିଲ୍ଳୀ ମିଡିଆ ଜଗତର ଜଣେ ଜଣାଶୁଣା ଚେହେରା । ଲୋକସଭା ଟିଭିରେ ଉପସ୍ଥାପନା କରନ୍ତି, ରିପୋର୍ଟିଙ୍ଗ ବି କରନ୍ତି ଏବଂ ରାଜନୈତିକ ବ୍ୟକ୍ତିଙ୍କୁ ନେଇ ବିତର୍କ ବି କରନ୍ତି । ଫେସବୁକ ପୋଷ୍ଟରେ ଜାଗ୍ରତି ଲେଖିଛନ୍ତି, ଅନୁଭବ ଜଣେ ସାଂସଦ ହୋଇଥିବାରୁ ବୃତିଗତ ଭାବେ ତାଙ୍କ ସହ ସମ୍ପର୍କ ରହିଛି ଏବଂ ସେ ତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ ।

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ କୋର୍ଟରେ ପହଁଚିଛି ଏବଂ ଅନୁଭବ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବର୍ଷା ମଧ୍ୟ ତାଙ୍କୁ ଉଚିତ ଭରଣପୋଷଣ ପାଇଁ କୋର୍ଟରେ ଆବେଦନ କରିଥିଲେ । ଏସବୁ ଭିତରେ ଅନୁଭବଙ୍କ ସହ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା । ଯାହାକୁ ଆପତିଜନକ ଦର୍ଶାଇ ଫେସବୁକରେ ନିଜ ପ୍ରତିକ୍ରିୟା ରଖିଥିଲେ ଜାଗ୍ରତି ।