ଜଗମୋହନ ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ଶ୍ରୀମନ୍ଦିର ପ୍ରଶାସନ । ବନ୍ଦ ଲଫାପାରେ ସତ୍ୟପାଠ ଦାଖଲ କରାଯାଇଛି । ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ଜଗମୋହନ ଖୋଲାଯିବ ସେ ନେଇ ସତ୍ୟପାଠରେ ଦର୍ଶା ଯାଇନଥିବାରୁ କୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି । ଏବଂ ଆଗାମୀ ଶୁଣାଣି ସମୟରେ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରିବାକୁ ତାଗିଦ୍ କରିଛନ୍ତି । ଏହାସହିତ ରତ୍ନଭଣ୍ଡାର ସ୍ଥିତି ନେଇ ଏଏସଆଇ ଅଧିକାରୀ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଆସନ୍ତା ମଙ୍ଗଳବାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନା ଯୋଗ୍ୟ, ପୂର୍ବରୁ ଜଗମୋହନ କେବେ ଖୋଲାଯିବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଜଣାଇବା ପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନୀତ ଶରଣ ଓ ଜଷ୍ଟିସ ଡା. ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ବେଞ୍ଚରେ ଜଗମୋହନ ନେଇ ସତ୍ୟପାଠ ଦାଖଲ କରାଯାଇଥିଲା। ମାତ୍ର ମାନ୍ୟବର କୋର୍ଟ ଗତଥର ଯେଉଁ ନିର୍ଦ୍ଦିଷ୍ଟ ତାରିଖ ଚାହିଁଥିଲେ ସେ ସମ୍ପର୍କରେ ଏହି ସତ୍ୟପାଠରେ କିଛି ଉଲ୍ଲେଖ ନଥିବାରୁ ମାନ୍ୟବର କୋର୍ଟ ଏଥିରେ ବିରକ୍ତି ପ୍ରକାଶ କରି କେବେ ଜଗମୋହନ ଖୋଲାଯିବ ସେ ନେଇ ନେଇ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Jagmohan.jpg)
/kanak/media/post_attachments/wp-content/uploads/2018/04/vlcsnap-2018-04-05-16h08m49s569-300x169.png)