ଖୋଲିଲା ଶ୍ରୀମନ୍ଦିର ଜଗମୋହନ : ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ, ହାଇକୋର୍ଟଙ୍କ ୫ଜଣିଆ କମିଟିର ଅନୁଧ୍ୟାନ

Advertisment
ଖୋଲିଲା ଶ୍ରୀମନ୍ଦିର ଜଗମୋହନ : ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ, ହାଇକୋର୍ଟଙ୍କ ୫ଜଣିଆ କମିଟିର ଅନୁଧ୍ୟାନ

କନକ ବ୍ୟୁରୋ : ଦେଢବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ଜଗମୋହନ । ଭିତର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ଆଜି ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟରେ ଜଗମୋହନ ଖୋଲାଯାଇଥିଲା । ଗର୍ଭଗୃହରେ କେବଳ ପାଳିଆ ସେବାୟତ ରହିବା ନେଇ ନିୟମକୁ ବିରୋଧ କରି ଆଜି ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ଠାକୁରଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା । ସନ୍ଧ୍ୟାରେ ଜଗମୋହନ ଖୋଲିବା ପରେ ହାଇକୋର୍ଟଙ୍କ ୫ଜଣିଆ କମିଟି ଏହାର ଅନୁଧ୍ୟାନ କରିଛନ୍ତି । ଯାହା କାମ ବାକି ରହିଛି, ତାର ରିପୋର୍ଟ କୋର୍ଟରେ ଉପସ୍ଥାପନ କରାଯିବ । ଆସନ୍ତା ୧୯ ତାରିଖରେ ଜଗମୋହନ ସ୍ଥିତି, ଗର୍ଭଗୃହରେ ବିଶୃଙ୍ଖଳା ଓ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସକ ହାଇକୋର୍ଟଙ୍କୁ ଅବଗତ କରିବେ ।

publive-image

ସୂଚନାଯୋଗ୍ୟ, ଜଗମୋହନ ମରାମତି ପାଇଁ ଗତ ୨୦୧୬ ଜାନୁଆରି ୨୮ ତାରିଖରୁ ଜଗମୋହନ ବନ୍ଦ ରହିଥିଲା। ଫଳରେ ଭକ୍ତମାନେ ଭିତରକାଠ (ଜଗମୋହନରୁ) ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଥିଲେ। ବାହାରକାଠରୁ ଶ୍ରୀଜିଉଙ୍କ ଦର୍ଶନ କରୁଥିଲେ। ଏଏସ୍ଆଇ ମରାମତି କାମ କରୁଥିବାରୁ ଏହି ଦର୍ଶନ ବନ୍ଦ ରହିଥିଲା। ମାତ୍ର ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବାକୁ ହାଇକୋର୍ଟ ଗତ ୧୦ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

publive-image

ବିପଦସଂକୂଳ ଅବସ୍ଥାରେ ଥିବା ଶ୍ରୀମନ୍ଦିର ଜଗମୋହନର ମରାମତି ଆବଶ୍ୟକ ହୋଇପଡିଥିଲା । ଯେଉଁଥିପାଇଁ ୨୦୧୬ ଜାନୁଆରୀରେ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇ ମତାମତି କାମ ଆରମ୍ଭ କରିଥିଲା ଭାରତୀୟ ପ୍ରତ୍ନତତ୍ୱ ବିଭାଗ- ଏଏସଆଇ । ଆଉ ଏହି ସମୟରେ ବଢିଯାଇଥିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା । ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷଲକ୍ଷ ଶ୍ରଦ୍ଧାଳୁ କେବଳ ବାହାରକାଠ ନିକଟରୁ ଦିଅଁଙ୍କୁ ଦର୍ଶନ ସାରି ଫେରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe