କନକ ବ୍ୟୁରୋ: ଆଜି ହେବନି ଜଗମୋହନ ନାଟ ମଣ୍ଡପ ମରାମତି କାମ । ଆଜି ହେବାକୁ ଥିବା ମରାମତି କାମକୁ ସ୍ଥଗିତ ରଖିଛି ଏଏସ୍ଆଇ । ଅପରାହ୍ନରେ ଥିବା ବୈଠକରେ ନାଟମଣ୍ଡପ ମରାମତି ନେଇ ଆଲୋଚନା ହେବ । ଏବେ କାର୍ତ୍ତିିକ ମାସ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ହେଉଛି । ତେଣୁ ଏହି ସମୟରେ ମରାମତି ହେବା ସମ୍ଭବପର ନୁହେଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ଲୋଡିଛି ଏଏସଆଇ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗରୁଡ଼ଙ୍କ ପାଖରୁ ଭିତର କାଠ ପଯ୍ୟନ୍ତ ମରାମତି ପାଇଁ ଲୁହାଭାରା କରାଯିବ । ଦିନକୁ ୬ ଘଣ୍ଟା ଲେଖାଏଁ କାମ କରି ୧୨୦ ଦିନରେ କାମ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଏଏସ୍ଆଇ ଅନୁମତି ଲୋଡିବା ଉପରେ ଆଲୋଚନା କରାଯିବ ।